Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

୨୦୨୦ର ପ୍ରଥମ ମ୍ୟାଚ୍‌, ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ

5/01/2020 at 8:03 AM

ଗୌହାଟୀ ୦୫।୦୧: ଭାରତୀୟ କ୍ରିକେଟ୍ ଦଳ ୨୦୨୦ର ଅଭିଯାନ ଟ୍ବେଣ୍ଟି-୨୦ରୁ ହିଁ ଆରମ୍ଭ କରିବ। ଚଳିତ ବର୍ଷର ପ୍ରଥମ ମୁକାବିଲା ରେ କୋହଲି ବାହିନୀ ରବିବାର ଦିନ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ। ଏହା ମଧ୍ୟ ୨୦୨୦ ଋତୁରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଗୌହାଟୀ ବର୍ଷାପଡା ଷ୍ଟାଡିୟମରେ ଖେଳାଯିବ ଏହି ବି-୨୦ ମ୍ୟାଚ୍ ।  ଏହି ମ୍ୟାଚ୍ ରେ ସମସ୍ତଙ୍କ ନଜର ପ୍ରତ୍ୟାବର୍ତନ କରିଥିବା ଯଶପ୍ରୀତ ବୁମ୍ ରାଙ୍କ ଉପରେ ରହିବ। ୨୬ ବର୍ଷୀୟ ବୁମ୍ ରା ଆଘାତ ଜନିତ ସମସ୍ୟା ପାଇଁ ଗତ ୪ ମାସ  ହେବ ଭାରତୀୟ ଦଳରୁ ଦୂରେଇ ରହିଥିଲେ। ତେବେ ଦଳର ଷ୍ଟାର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଆରାମ ଦିଆଯଇଛି । ତାଙ୍କ ସ୍ଥାନରେ ଲେକେଶ ରାହୁଲ ଓ ଶିକ୍ଷର ଧାଓ୍ବନ ଓପନ କରିବେ ।

ଗତ ୧୦ବର୍ଷ ମଧ୍ୟରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ୧୬ଟି ମୁକାବିଲା ହୋଇଛି । ଏଥିରୁ ୧୧ଟି ଭାରତ ଜିତିଥିବା ବେଳେ ଶ୍ରୀଲଙ୍କା ୫ଟି ମ୍ୟାଚ ଜିତିଛି । ଉଭୟ ଦଳ ଶେଷଥର ପାଇଁ ୨୦୧୮ ନିଦାହାସ ଟ୍ରଫିରେ ଭେଟିଥିଲେ । ଏହି ମ୍ୟାଚରେ ଭାରତ ୬ଓ୍ବିକେଟରେ ବିଜୟ ହାସଲ କରିଥିଲା । ତେବେ ଏହି ଷ୍ଟାଡିୟମ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ପରି ପିଚ୍ ପ୍ରସ୍ତୁତ ହୋଇଛି । ରାତିରେ କାକର ପଡିବାର ଆଶଙ୍କା ମଧ୍ୟ ରହିଛି । ଯେଉଁ ଦଳ ୨ୟ ବ୍ୟାଟିଂ କରିବ ତାକୁ ଫାଇଦା ରହିବ ବୋଲି ଆଶା କରାଯାଉଛି ।

   Related Posts