Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ : ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ହରାଇଲା

ବିଶାଖାପାଟଣା ୬|୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ବିଜୟୀ ହୋଇଛି ଭାରତ । ବିଶାଖାପାଟଣାର ଓ୍ବାଇଏସ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍ ରେ ପରାଜିତ କଲା ଭାରତ । ୩୯୫ ରନ୍ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୪ଟି ଓ୍ବିକେଟ୍ ହରାଇଥିଲା । ଭାରତ ୧-୦ରେ ସିରିଜ୍ ରେ ଆଗୁଆ ରହିଛି ।

ବିଶାଖାପାଟଣାରେ ଚାଲିଥିବା ଏହି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଭାରତ ମୋଟ୍ ୫୦୨ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ୪୩୧ ରନ୍ କରି ଅଲଆଉଟ୍ ହୋଇଥିଲା । ଏହାପରେ ଭାରତ ୭୧ ରନର ଅଗ୍ରଣୀ ରହି ଦ୍ୱିତୀୟ ପାଳି ଖେଳିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪ଟି ଓ୍ୱିକେଟ୍ ହରାଇ ୩୨୩ ରନ୍ କରି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା। ଏହାପରେ ୩୯୫ ରନର ଟାର୍ଗେଟ ପିଛା କରି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିଥିଲା । ଭାରତୀୟ ବୋଲରଙ୍କୁ ସାମ୍ନା ନକରିପାରି ଦକ୍ଷିଣ ଆଫ୍ରିକା ୧୯୧ରେ ଅଲ୍ ଆଉଟ୍ ହୋଇଥିଲା।

ଭାରତୀୟ ବୋଲର ଜାଡେଜା ଏବଂ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ପାଇଁ କାଳ ସାଜିଥିଲା । ଦ୍ୱିତୀୟ ଇନିଂସରେ ଟାର୍ଗେଟ୍ ପିଛା କରିବାକୁ ଯାଇ ୬୦ ରନରେ ୫ଟି ଓ୍ୱିକେଟ୍ ହରାଇଥିଲା ଦକ୍ଷିଣ ଆଫ୍ରିକା। ଏହାପରେ ୭୦ ରନରେ ୮ଟି ଓ୍ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ପରାଜୟ ଆଡ଼କୁ ମୁହାଁଇଥିଲା।

ରବୀଚନ୍ଦ୍ରନ ଅଶ୍ୱୀନ ଏହି ଟେଷ୍ଟରେ ପ୍ରଥମ ଇନିଂସରେ ୭ଟି ଓ୍ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ଟି ଏବଂ ଇଶାନ୍ତ ଶର୍ମା ଗୋଟିଏ ଓ୍ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ଅଶ୍ୱୀନ ଡି ବ୍ରୁଇନଙ୍କୁ ଆଉଟ କରି ଟେଷ୍ଟ କ୍ରିକେଟରେ କମ୍ ସମୟରେ ୩୫୦ ଓ୍ୱିକେଟ ନେବାରେ ସକ୍ଷମ ହୋଇଛନ୍ତି । ଏବେ ଶ୍ରୀଲଙ୍କାର ପୂର୍ବତନ ସ୍ପୀନର ମୁଥୟା ମୁରଲୀଧରନଙ୍କ ସହିତ ଅଶ୍ୱୀନଙ୍କ ରେକର୍ଡ ସମାନ ରହିଛି। ଉଭୟ ୬୬ଟି ଟେଷ୍ଟରେ ୩୫୦ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ୮୦୦ ଓ୍ୱିକେଟ ନେବାରେ ମୁରଲୀଧରନ ବିଶ୍ୱର ପ୍ରଥମ ବୋଲର ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ପାଳିରେ ଜାଡେଜା ୪ଟି ଓ ସାମି ୫ଟି ୱିକେଟ ନେଇଛନ୍ତି।

 

152 Views

   ସମ୍ବନ୍ଧିତ ଖବର