କରୋନା କାରଣରୁ ଭାରତ-ଦ. ଆଫ୍ରିକା ଦିନିକିଆ ସିରିଜ୍ ବାତିଲ୍

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୦୩ : କରୋନା ଭୂତାଣୁର ପ୍ରକୋପ ସମଗ୍ର ଦୁନିଆରେ ବ୍ୟାପିବାରେ ଲାଗିଛି। କ୍ରୀଡା ଜଗତ ଉପରେ ଏହାର ଏମିତି ପ୍ରଭାବ ପଡିଛି ଯେ, ଅନେକ କ୍ରୀଡାର ଆୟୋଜନ ବନ୍ଦ ହୋଇଥିବା ବେଳେ ଅନେକ କ୍ରୀଡା ଖାଲି ଷ୍ଟାଡିୟମରେ ହିଁ ଖେଳା ଯାଉଛି। କରୋନା ଭୂତାଣୁ କାରଣରୁ ଆଜି ଆଇପିଏଲର ଆୟୋଜନକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯିବା ପରେ କ୍ରିକେଟକୁ ନେଇ ଆସିଛି ଆଉ ଏକ ବଡ ଖବର। କରୋନା କାରଣରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ବାତିଲ୍ କରାଯାଇଛି। ଏନେଇ ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି।

wp:core-embed/twitter {"url":"https://twitter.com/PTI_News/status/1238438559989657602?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Findia-and-south-africa-series%2Findias-remaining-two-odis-against-south-africa-in-lucknow-and-kolkata-called-off-in-wake-of-covid-19-pandemic-says-bcci-official%2Farticleshow%2F74613527.cms","type":"rich","providerNameSlug":"twitter","className":""}
https://twitter.com/PTI_News/status/1238438559989657602?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Findia-and-south-africa-series%2Findias-remaining-two-odis-against-south-africa-in-lucknow-and-kolkata-called-off-in-wake-of-covid-19-pandemic-says-bcci-official%2Farticleshow%2F74613527.cms
/wp:core-embed/twitter

ଉଲ୍ଲେଖଯୋଗ୍ୟ,ଗତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଖେଳା ଯିବାକୁ ଥିବା ପ୍ରଥମ ଦିନିକିଆ ବର୍ଷା କାରଣରୁ  ବାତିଲ୍ ହୋଇଥିଲ।। ମାର୍ଚ୍ଚ ୧୫ରେ ଲକ୍ଷ୍ନୌରେ ଦ୍ଵିତୀୟ ଦିନିକିଆ ଓ ୧୮ରେ କୋଲକାତାରେ ତୃତୀୟ ଦିନିକିଆ ଖେଳାଯିବାର ଥିଲା। ମାତ୍ର ଦେଶରେ କରୋନାର ବଢୁଥିବା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ବିସିସିଆଇ ଦିନିକିଆ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ୍ ବାତିଲ୍ କରିଛି।

ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ କରୋନାର ଭୟାବହତାକୁ ଦେଖି ବିସିସିଆଇ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଖାଲି  ଷ୍ଟାଡିୟମରେ ଆୟୋଜନ କରିବାକୁ କହିଥିଲା। କ୍ରୀଡା ମନ୍ତ୍ରଣାଳୟ ବିସିସିଆଇ ସହିତ ଅନ୍ୟ ରାଷ୍ଟ୍ରୀୟ ମହାସଂଘକୁ ସ୍ପଷ୍ଟ ଭାବେ କହିଥିଲା ଯେ, କରୋନା ଆତଙ୍କ ମଧ୍ୟରେ ଯଦି ଦେଶରେ କୌଣସି କ୍ରୀଡା ଆୟୋଜନ କରାଯାଏ, ତେବେ ସେସବୁ ବନ୍ଦ ଦ୍ଵାରରେ ଖାଲି ଷ୍ଟାଡିୟମରେ କରାଯାଉ।

ପ୍ରଥମ ମ୍ୟାଚ୍ ପୂର୍ବରୁ ବିସିସିଆଇ କରୋନା ନେଇ ଖେଳାଳି, ସହାୟକ କର୍ମଚାରୀ ଓ ରାଜ୍ୟ କ୍ରିକେଟ୍ ସଂଘ ଲାଗି ଆଡଭାଇଜରି ଜାରି କରାଯାଇଥିଲା।  ଉଲ୍ଲେଖଯୋଗ୍ୟ, କରୋନା କାରଣରୁ ଆଇପିଏଲକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି। ଏହି ଲିଗ୍ ମାର୍ଚ୍ଚ ୨୯ରେ ଆରମ୍ଭ ହେବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.