ରାଞ୍ଚି ଟେଷ୍ଟରେ ରୋହିତ ଶୋ : ପ୍ରାରମ୍ଭିକ ବ୍ୟାଟିଂ ବିପଯ୍ୟୟ ପରେ ମଙ୍ଗ ସମ୍ଭାଳିଲେ ରାହାଣେ, ରୋହିତ
20/10/2019 at 10:30 AM

ନୂଆଦିଲ୍ଲୀ ୨୦/୧୦: ରାଞ୍ଚି ଟେଷ୍ଟର ପ୍ରଥମ ଦିନରେ ପୁଣି କମାଲ ଦେଖାଇଛନ୍ତି ହିଟ୍ ମ୍ୟାନ ରୋହିତ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ପୁଣି ଚାଲିଛି ରୋହିତ ଶର୍ମାଙ୍କ ଯାଦୁ ।ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ତିନିଟି ୱିକେଟ୍ ହରାଇଥିଲେ ମଧ୍ୟ ରାହାଣେ ସହ ମିଶି ରୋହିତ ପାଳି ସମ୍ଭାଳିବା ସହ କ୍ୟାରିଅରର ଷଷ୍ଠ ଶତକ ହାସଲ କରିଛନ୍ତି ।

ଏଥିସହ ୨୦୦୦ ଟେଷ୍ଟ ରନ୍ କ୍ଲବରେ ମଧ୍ୟ ସାମିଲ ହୋଇଛନ୍ତି ହିଟମ୍ୟାନ । ପୂର୍ବରୁ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଶସ୍ତାରେ ପାଭଲିଅନ ଫେରିଥିଲେ ।

ସେପଟେ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିବା ସହ ୮୩ ରନ୍ କରି କ୍ରିଜରେ ଅଛନ୍ତି । ପ୍ରଥମ ଦିନ ପାଇଁ ଆଲୁଅ କମ୍ ଯୋଗୁଁ ୩୨ ଓଭର ଆଗରୁ ଖେଳ ସରିଛି । ଆଜି ଦ୍ବିତୀୟ ଦିନ ଖେଳ ୨୨୪ ରନ୍ ଆରମ୍ଭ କରିବ କରିଛି ଟିମ୍ ଇଣ୍ଡିଆ ।
