ବିଶାଖାପାଟଣା ଟେଷ୍ଟ : ମଜବୁତ ସ୍ଥିତିରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୩୯୫ ରନ୍‌ର ଟାର୍ଗେଟ୍ ଦେଇଛି ଭାରତ

Published By : Prameya-News7 Bureau | October 06, 2019 IST

ବିଶାଖାପାଟଣା ୬।୧୦: ବିଶାଖାପାଟଣାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଫ୍ରିଡମ୍ ଟ୍ରଫି ସିରିଜର ପ୍ରଥମ ଟେଷ୍ଟର ଆଜି ପଞ୍ଚମ ତଥା ଶେଷ ଦିନ । ମ୍ୟାଚ୍ ଜିତିବାକୁ ଦକ୍ଷିଣ ଆଫ୍ରିକାକୁ ୩୯୫ରନର ଟାର୍ଗେଟ ଦେଇଛି ଭାରତ । ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଗୋଟିଏ ୱିକେଟ୍ ହରାଇ ୧୧ ରନ୍ କରିଛି । ତେଣୁ ମ୍ୟାଚ୍ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିବ ।

ସେପଟେ ବିଜୟ ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ବିରାଟଙ୍କ ସେନା ।  ଭ୍ରମଣକାରୀ ଦଳର ୯ଟି ଦ୍ବିତୀୟ ଇନିଂସ ୱିକେଟ୍ ନେଇ ଟିମ୍ ଇଣ୍ଡିଆ ସିରିଜରେ ଆଗୁଆ ରହିବାକୁ ଚାହିଁବ । ଯଦି ବର୍ଷା ବାଧକ ନ ସାଜେ ତେବେ ଭାରତର ଜିତାପଟ ସମ୍ଭାବନା ବେଶୀ ।

ତେବେ କ୍ରିକେଟ୍ ଅନିଶ୍ଚିତତାର ଖେଳ । ପରିଣାମ କିଛି ବି ହୋଇପାରେ । ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୫୦୨ରନ୍‌ରେ ପାଳି ଘୋଷଣା କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୨ଟି ଶତକ ବଳରେ ପ୍ରଥମ ଇନିଂସରେ ଲଢୁଆ ବ୍ୟାଟିଂ କରି ୪୩୧ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା । ପ୍ରଥମ ପାଳିରେ ଭାରତ ୭୧ରନ୍‌ରେ ଆଗୁଆ ରହିଥିଲା । ଦ୍ବିତୀୟ ପାଳିରେ ଭାରତ ୪ ୱିକେଟରେ ୩୨୩ ରନ୍ କରି ଇନିଂସ ଘୋଷଣା କରି ଦକ୍ଷିଣ ଆଫ୍ରିକାକୁ ୩୯୫ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.