Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଣ୍ଡିଆ ଓ ପାକିସ୍ତାନ ମ୍ୟାଚରେ ବ୍ୟବହାର ହୋଇଥିବା ସ୍କୋର ବୋର୍ଡ, ସିକା ଓ ବାବର ଆଜାମ ଆଉଟ ହୋଇଥିବା ‘ବଲ’ କେତେ ଟଙ୍କାରେ ବିକ୍ରି ହେଲା ଜାଣନ୍ତୁ

ନୂଆଦିଲ୍ଲୀ୧୨|୭: ୨୦୧୯ ବିଶ୍ବକପରେ ଟିମ ଇଣ୍ଡିଆର ଯାତ୍ରା ଶେଷ ହୋଇଛି। ଚଳିତ ବିଶ୍ବକପ ମ୍ୟାଚରେ ଭାରତୀୟ କ୍ରିକେଟ ଟିମ ୧୦ଟି ମ୍ୟାଚ ଖେଳିଛି। ଏହି ମ୍ୟାଚ ଗୁଡ଼ିକ ଅତି ରୋମାଞ୍ଚର ଥିଲା। ପ୍ରତି ମ୍ୟାଚରେ ଥିଲା କିଛି ସ୍ମୃତି ଯାହାକୁ ଟିମ ଇଣ୍ଡିଆ ସାଇତି ରଖିଛି। ସେହି ସ୍ମୃତି ଭିତରୁ ଇଣ୍ଡିଆ ଓ ପାକିସ୍ତାନ ମ୍ୟାଚରେ  ଭାରତୀୟ ବୋଲର କୁଳଦୀପ ଯାଦବ ଘାତକ ବୋଲଂରେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ ବାବର ଆଜାମ ଆଉଟ ହୋଇ ପାଭିଲିୟନକୁ ଫେରି ଯାଇଥିଲେ।

ସେହି ମୁହୂର୍ତ୍ତଠାରୁ ବାବର ଆଜାମ ଆଉଟ ହୋଇଥିବା ‘ବଲ’କୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ସେତିକିରେ ଚର୍ଚ୍ଚାରେ ବନ୍ଦ ହୋଇନଥିଲା, ଶେଷରେ କୁଳଦିପ ଯାଦବଙ୍କ ସେହି ବଲକୁ ଲକ୍ଷ ଲକ୍ଷ ଟଙ୍କା ବିକ୍ରି କରାଯାଇଛି।

ସୂଚନାଥାଉକି, ୧୬ ଜୁନକୁ ମାଞ୍ଚେଷ୍ଟର ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚରେ ଭାରତୀୟ ବୋଲର କୁଳଦିପ ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମଙ୍କୁ ଆଉଟ କରିଥିଲେ।

 ଅଧିକାରୀଙ୍କ ଦ୍ବାରା ବାବର ଆଜାମ ଆଉଟ ହୋଇଥିବା ବଲକୁ ୨୧୫୦  ଡଲାର ବିକ୍ରି କରାଯାଇଥିଲା। ଯାହାକି ଭାରତୀୟ ଟଙ୍କା ହିସାବରେ ୧.୫ ଲକ୍ଷ ଟଙ୍କା ପାଖାପାଖି ହେବ। ଏହି ମ୍ୟାଚ କ୍ରିକେଟପ୍ରେମୀଙ୍କ ଏତେ ଛୁଇଁଥିଲା ଯେ, ଟସ୍ ପକାଇବା ପାଇଁ ବ୍ୟବହାର ହୋଇଥିବା କଏନ ଓ ରନ ଲେଖା ହେଉଥିବା ସ୍କୋର ବୋର୍ଡ ମଧ୍ୟ ଦର୍ଶକ ବହୁ ମୂଲ୍ୟରେ କିଣି ନେଇଥିଲେ।

ଏପରିକି ଆୟୋଜକମାନେ କଏନ( ସିକା)କୁ ୧୪୫୦ (ଭାରତୀୟ ମୁଦ୍ରା-୧ ଲକ୍ଷ ପାଖାପାଖି) ଡଲାର ବିକାଯାଇଥିବା ବେଳେ ସ୍କୋର ବୋର୍ଡକୁ ୧୧୦୦ ହଜାର ଡଲାର (ଭାରତୀୟ ମୁଦ୍ରା- ୭୭ ହଜାର) ଟଙ୍କାର ବିକ୍ରି କରାଯାଇଥିଲା।

233 Views

   ସମ୍ବନ୍ଧିତ ଖବର