Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଇସିସି ୱାର୍ଲଡକପ: ୬ ଥର ଭେଟିଲାଣି ଭାରତକୁ, ଥରଟିଏ ବି ଜିତି ପାରିନି ପାକ୍

15/06/2019 at 7:58 PM

କ୍ରିକେଟ୍ ବିଶ୍ୱକପ୍ କୁ ନେଇ ସାରା ଦେଶରେ ଏବେ ରୋମାଞ୍ଚ। ତେବେ କ୍ରିକେଟ୍ ପ୍ରେମୀ ସବୁଠୁ ବେଶି ଉତ୍ସାହିତ ଅଛନ୍ତି ଭାରତ-ପାକ୍ ମ୍ୟାଚ୍ କୁ ନେଇ। ଦୀର୍ଘ ବର୍ଷରୁ ଭାରତ-ପାକ୍ ଘରୋଇ ମ୍ୟାଚ୍ ବନ୍ଦ ରହିଛି। ତେବେ ଅନ୍ତର୍ଜାତୀୟ ମ୍ୟାଚ୍ ମାନଙ୍କରେ ଦୁଇ ଟିମ ଅନେକବାର ପରସ୍ପରକୁ ଭେଟିସାରିଛନ୍ତି। ହେଲେ ବିଶ୍ୱ କପ୍ କଥା ଉଠିଲେ ଏବେବି ଛାନିଆ ହେଉଛି ପାକ୍ । ତାହାର ଉଦାହରଣ ଭାବେ ନିକଟରେ ହୋଇଥିବା ବିଜ୍ଞାପନ ଲଢେଇକୁ ନିଆଯାଇପାରେ। ଭାରତ ଓ ପାକ୍ ଟିମ ଏପର୍ଯ୍ୟନ୍ତ ବିଶ୍ୱକପରେ ୬ ଥର ମୁହାଁ ମୁହିଁ ହୋଇଛନ୍ତି। ହେଲେ ପ୍ରତ୍ୟେକ ବାର ପାକିସ୍ତାନ ଭାଗ୍ୟକୁ ପରାଜୟ ହିଁ ମିଳିଛି। ଏଥର ପୁଣି ଥରେ ବିଶ୍ୱକପ୍ ଲିଗମ୍ୟାଚ୍ ରେ ଭାରତର ମୁହାଁ ମୁହିଁ ହେବ ପାକିସ୍ତାନ ସହ। ତେବେ ଫଳାଫଳ ଯାହା ବି ହେଉ ୨ ଦେଶର କ୍ରିକେଟ ପ୍ରେମୀ କିନ୍ତୁ ବେଶ ଉତ୍ସାହିତ।

ଦୁଇଥର ବିଶ୍ୱବିଜେତା ଭାରତ ସହ ପାକ୍ ର ପ୍ରଥମ ମୁକାବିଲା ୧୯୯୨ରେ ହୋଇଥିଲା। ଏହି ମ୍ୟାଚ୍ ରେ ନିଜ ପଡୋଶୀ ବିପକ୍ଷରେ ଭାରତ ଯେଉଁ ବିଜୟ ପ୍ରାପ୍ତ କରିଥିଲା ତାହା  ବିଶ୍ୱକପ୍ ରେ ଲଗାତାର ଜାରୀ ରହିଛି। ଯେଉଁଥିପାଇଁ ଭାରତୀୟ ଫ୍ୟାନସ ଚାହାନ୍ତି ଏଥର ବି ପାକିସ୍ତାନକୁ ପାନେ ଚଖାଯାଉ। ୧୯୯୨ ବିଶ୍ୱକପରେ ଭାରତକୁ ସିଡନୀରେ ଭେଟିଥିଲା ପାକ୍। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେନ୍ଦୁଲକରଙ୍କ ୫୪ ରନ ବଳରେ ଭାରତ ୭ ୱିକେଟ୍ ହରାଇ କରିଥିଲା ୨୦୧୬ ରନ। ଜବାବରେ ପାକିସ୍ତାନୀ ଟିମ ୧୭୩ ରନରେ ଅଟକି ଯାଇଥିଲା। ସେତେବେଳେ ଯୁବ କ୍ରିକେଟର ସଚ୍ଚିନ ତେନ୍ଦୁଲକର ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

୧୯୯୬ରେ ଭାରତକୁ ଦ୍ୱିତୀୟ ଥର ବେଙ୍ଗାଲୁରରେ ଭେଟିଥିଲା ପାକ୍ । ଏଥର ମଧ୍ୟ ଟସ୍ ଜିତି ଭାରତ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତର ଯୁବ କ୍ରିକେଟ ରନବଜ୍ୟୋତ ସିଂ ସିଦ୍ଧୁଙ୍କ ୯୩ ରନ୍ ବଳରେ ୨୮୭ ରନର ବିଶାଳ ସ୍କୋର ଛିଡା କରିଥିଲା ଭାରତ । ତେବେ ପାକିସ୍ତାନ ବେଶ ଉତ୍ସାହଜନକ ଖେଳ ଆରମ୍ଭ କରିଥିବା ବେଳେ ଅନିଲ କୁମ୍ବଲେ ଓ ଭେଙ୍କଟେସ ପ୍ରସାଦଙ୍କ ବୋଲିଂରେ ବେଶି ସମୟ ତିଷ୍ଠି ପାରିନଥିଲା।  ଟିମ ୨୪୮ ରନରେ ଅଲଆଉଟ୍ ହୋଇଥିବା ବେଳେ ମାତ୍ର ୩୯ ରନରେ ହାରିବାକୁ ବାଧ୍ୟ ହୋଇଥିଲା। ସିଦ୍ଧୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।

୧୯୯୯ରେ ମଞ୍ଚେଷ୍ଟରରେ ଅନୁଷ୍ଠିତ ମ୍ୟାଚରେ ମଧ୍ୟ ପାକିସ୍ତାନ ସମାନ ଦଶା ଭୋଗିଥିଲା। ପାକିସ୍ତାନ ବିରୋଧରେ ଭାରତ ୪୭ ରନରେ ବିଜୟୀ ହୋଇଥିବାବେଳେ ୨୦୦୩ ସେଞ୍ଚୁରିୟନ ମ୍ୟାଚ୍ ରେ ବି ହାରିଥିଲା ପାକ୍। ଏହି ବିଶ୍ୱକପ୍ ରେ ଭାରତ ଫାଇନାଲକୁ ଉନ୍ନିତ ହୋଇଥିଲା। ତେବେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇ ଟାଇଟଲରୁ ବଞ୍ଚିତ ହୋଇଥିଲା।

   Related Posts