Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଚାଲିଥିଲା ମ୍ୟାଚ୍, ମଲିକଙ୍କୁ ଦେଖି ଷ୍ଟାଡିୟମରେ ପ୍ରଶଂସକ କରିଥିଲେ ହୋହଲ୍ଲା: ଭିଡିଓ ସେୟାର କରି ସାନିଆ ଲେଖିଲେ ଏମିତି

26/10/2021 at 2:42 PM

ନୂଆଦିଲ୍ଲୀ ୨୬/୧୦: ଭାରତ ପାକିସ୍ତାନ ଟି-20 ମ୍ୟାଚ୍ ଫଳାଫଳକୁ ନେଇ ଭାରତୀୟ ପ୍ରଶଂସକମାନେ ନିରାଶ ହୋଇଥାଇପାରନ୍ତି । କିନ୍ତୁ ଏହି ମ୍ୟାଚକୁ ଲାଗି ଅନେକ ଭିଡିଓ ଭାଇରାଲ ହୋଇ ପ୍ରଶଂସକମାନଙ୍କୁ ଖୁସି ହେବାର ସୁଯୋଗ ଦେଇଛି । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଷ୍ଟାଡିୟମରେ ପହଞ୍ଚିଥିବା କିଛି ପ୍ରଶଂସକ ଶୋଏବ ମଲିକଙ୍କୁ ‘ଜିଜା ଜୀ ଜିଜା ଜି’ ବୋଲି କହୁଛନ୍ତି ।

ଇନଷ୍ଟାରେ ଏହି ମଜାଦାର ଭିଡିଓକୁ ସେୟାର କରିଛନ୍ତି ଶୋଏବଙ୍କ ପତ୍ନୀ ତଥା ସାନିଆ ମିର୍ଜା । ସାନିଆ ମିର୍ଜା ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ କହିଛନ୍ତି ଯେ ଶୋଏବ ମଲିକ ୧୯୯୯ ମସିହାରୁ ପାକିସ୍ତାନ ପାଇଁ ଖେଳି ଆସୁଛନ୍ତି । ସାନିଆ ଏବଂ ଶୋଏବଙ୍କୁ ଦେଖି ସେମାନଙ୍କ ବୟସ ବଢୁଥିବା ପରି ମନେ ହେଉନାହିଁ ।

ସେ ଯେପରି ଭାବେ ସୀମାରେ ଫିଲ୍ଡିଂ କରିଛନ୍ତି, ତାହା ଦେଖିବା ଆଶ୍ଚର୍ଯ୍ୟଜନକ ଥିଲା । ସୂଚନା ଥାଉକି, ଶୋଏବ ମଲିକ ୧୯୯୯ ମସିହାରେ ୧୭ ବର୍ଷ ବୟସରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ । ଆସନ୍ତୁ ଆପଣଙ୍କୁ କହିବା ଯେ ଶୋଏବ ମଲିକଙ୍କ ସହ ଏହା ପ୍ରଥମ ଘଟଣା ନୁହେଁ ।

ଏସିଆ କପ୍ ୨୦୧୮ରେ ମଧ୍ୟ ଯେତେବେଳେ ଶୋଏବ ମଲିକ୍ ସୀମା ରେଖା ନିକଟରେ ଫିଲ୍ଡିଂ କରୁଥିଲେ, ଭାରତୀୟ ପ୍ରଶଂସକମାନେ ଶୋଏବଙ୍କୁ ଡାକିଥିଲେ । ପ୍ରଶଂସକମାନେ ପାଟି କରି କହିଥିଲେ-ଜିଜାଜ୍ଜୀ… । ଏହାକୁ ଦେଖି ଶୋଏବ ମଲିକ ମଧ୍ୟ ହସିଥିଲେ । ପ୍ରଶଂସକଙ୍କୁ ଦେଖିବା ପରେ ହାତ ବି ହଲାଇଥିଲେ ।

   Related Posts