ସଂଘର୍ଷ ସତ୍ୱେ ଜିତିପାରିଲାନି ନ୍ୟୁଜିଲାଣ୍ଡ , ଟାଇ ହେଲା 3rd T-20 ସ୍କୋର
29/01/2020 at 3:37 PM

ହାମିଲଟନ ୨୯।୧: ସେଡେନ ପାର୍କରେ ବୁଧବାର ଆୟୋଜକ ନ୍ୟୁଜିଲ୍ୟାଣ୍ଡ ସହ ତୃତୀୟ ଟି-୨୦ ମ୍ୟାଚ୍ ଖେଳିଛି ଟିମ୍ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ନିମନ୍ତେ ଆମନ୍ତ୍ରଣ କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ଭାରତ କରିଥିଲା ୧୭୯ ରନ୍। କ୍ୱିଇ ଟିମ୍ ୧୮୦ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା ବେଳେ ୬ ୱିକେଟ୍ ବିନିମୟରେ ୧୭୯ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ହାତ ପାହାନ୍ତାରେ ଥିବା ବିଜୟ ହାସଲ କରିପାରିନଥିଲେ ମ୍ୟାଚ୍ ଡ୍ର କରିଦେଇଛି।