Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଭାରତ ବନାମ ନ୍ୟୁଜିଲାଣ୍ଡ: କେବଳ ପ୍ରଶଂସକଙ୍କ ନୁହନ୍ତି, ପ୍ରାୟୋଜକଙ୍କ ମଧ୍ୟ ଅଟକିଛି ନିଃଶ୍ଵାସ, ବାଜିରେ ଲାଗିଛି କୋଟି କୋଟି ଟଙ୍କା

31/10/2021 at 4:47 PM

ନୂଆଦିଲ୍ଲୀ ୩୧।୧୦: ଆଇସିସି ଟି-୨୦  ବିଶ୍ଵ କପ୍‌ରେ ରବିବାର  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବହୁତ ଗୁରୁତ୍ଵପୂର୍ଣ୍ଣ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଜିତିବା ଦଳର ସେମି ଫାଇନାଲ ଆଶା ଉଜ୍ଜୀବିତ  ରହିବ ଏବଂ ହାରିବା ଦଳ ସେମି ଫାଇନାଲ ଦୌଡରୁ ପ୍ରାୟତଃ ବାଦ୍ ପଡିବ। କ୍ରିକେଟ୍ ଦୃଷ୍ଟିରୁ ଆଜିର ମୁକାବିଲା ବହୁତ ମହତ୍ଵପୂର୍ଣ୍ଣ ରହିଛି। ଉଦ୍ୟୋଗପତିଙ୍କ ନଜର ମଧ୍ୟ ଏହି ମ୍ୟାଚ୍ ଉପରେ ରହିଛି। ଯଦି ଭାରତ ଏହି ମ୍ୟାଚ୍  ହାରିଯାଏ ତେବେ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ଭାରତ ଓ ନ୍ୟୁଜିଲାଣ୍ଡକୁ ନିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ହାତରୁ ହାରିବାକୁ ପଡିଛି। ଆଉ ଏହି ମୁକାବିଲାରେ ପରାଜିତ ଦଳ ପାଇଁ ସେମି ଫାଇନାଲ୍ ରାସ୍ତା ପ୍ରାୟତଃ ବନ୍ଦ ହୋଇଯିବ।

ଯଦି ଭାରତୀୟ ଦଳ ଆଜିର ମ୍ୟାଚ୍ ହାରିଯାଏ ତେବେ ସେମି ଫାଇନାଲ୍‌ରେ ପହଞ୍ଚିବା ପାଇଁ ଏହା ପ୍ରାର୍ଥନା କରିବାକୁ ପଡିବ ଯେ, ନ୍ୟୁଜିଲାଣ୍ଡ ଆଗାମୀ କୌଣସି ଗୋଟିଏ ମ୍ୟାଚ୍‌ରେ ବିପର୍ଯ୍ୟୟ ଭୋଗୁ ଏବଂ  ଭାରତ ପରବର୍ତ୍ତୀ ମୁକାବିଲାରେ ଦୁର୍ବଳ ଦଳ ବିରୋଧରେ  ବଡ ବ୍ୟବଧାନରେ ବିଜୟ ହାସଲ କରୁ।

ଭାରତ ଓ ନ୍ୟୁଜିଲାଣ୍ଡର ଏହି ମୁକାବିଲା କେବଳ ଦଳ ପାଇଁ ନୁହେଁ ବରଂ ପ୍ରାୟୋଜକଙ୍କ ପାଇଁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ। କାରଣ ଭାରତ ମ୍ୟାଚ୍ ହାରିଲେ ଦଳର ବିଶ୍ଵ କପ୍ ଅଭିଯାନରେ ଆଗକୁ ବଢିବା ମୁସ୍କିଲ ହୋଇଯିବ। ଆଉ ଭାରତୀୟ ଦର୍ଶକ ମଧ୍ୟ ବିଶ୍ଵ କପରୁ ମୁହଁ ଫେରାଇ ନେବେ। ପ୍ରସାରଣକାରୀଙ୍କୁ ଜୋରଦାର ଝଟକା ଲାଗିବ ଆଉ  ପ୍ରାୟୋଜକଙ୍କୁ ଆର୍ଥିକ କ୍ଷତି ସହିବାକୁ ମଧ୍ୟ ପଡିପାରେ। ତେଣୁ ସେମାନେ ମଧ୍ୟ ଚାହାନ୍ତି ଆଜିର ମ୍ୟାଚ୍ ଭାରତ ଜିତି ସେମି ଫାଇନାଲରେ ନିଜର ସ୍ଥାନ ସୁନିଶ୍ଚିତ କରୁ।

ଷ୍ଟାର ସ୍ପୋର୍ଟ୍ସ ଇଣ୍ଡିଆର ହେବ କ୍ଷତି

ଏହା ବ୍ୟତୀତ ଷ୍ଟାର ସ୍ପୋର୍ଟ୍ସ ଇଣ୍ଡିଆକୁ ମଧ୍ୟ କୋଟି କୋଟି ଟଙ୍କା ହରାଇବାକୁ ପଡିବ। କାରଣ ଅନେକ ବିଜ୍ଞାପନ ବନ୍ଦ ହୋଇଯିବ। ଟି-୨୦ ବିଶ୍ଵ କପ୍‌ କ୍ରିକେଟ୍‌ର ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟ୍ସ ଇଣ୍ଡିଆ ନିକଟରେ ରହିଛି। ଏହି ଟିଭି ଚ୍ୟାନେଲ ନିଜର ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ଟୁର୍ଣ୍ଣାମେଣ୍ଟର ପ୍ରସାରଣ କରୁଛି। ଟିମ୍ ଇଣ୍ଡିଆ ବିଶ୍ଵ କପ୍‌ରୁ ବାଦ୍ ପଡିଲେ କ୍ରିକେଟ୍  ପ୍ରେମୀଙ୍କ ଟୁର୍ଣ୍ଣାମେଣ୍ଟ ପ୍ରତି ରୁଚି କମି ଯିବ। ଏମିତି ହେଲେ ବିଭିନ୍ନ ବ୍ରାଣ୍ଡ ବିଜ୍ଞାପନ ପାଇଁ ପଛଘୁଞ୍ଚା ଦେବେ।

ସୂଚନାଯୋଗ୍ୟ,  ଷ୍ଟାର ଆଣ୍ଡ ଡିଜନୀ ଇଣ୍ଡିଆ ଆଇସିସି ଟି-୨୦ ବିଶ୍ଵ କପ୍‌ ପାଇଁ ୧୨୦୦ କୋଟି ଟଙ୍କାର ବିଜ୍ଞାପନ ଚୁକ୍ତି କରିଛି। ଏହା ୨୦୧୬ରେ ଭାରତରେ ଟି-୨୦ ବିଶ୍ଵ କପ୍‌ର ତୂଳନାରେ ତିନି ଗୁଣ ଅଧିକ। ଏକ ରିପୋର୍ଟ ଅନୁଯାୟୀ, ଷ୍ଟାର ଟିଭିରେ ବିଜ୍ଞାପନକୁ ସ୍ଥାନ ଦେବା ପାଇଁ ବିଭିନ୍ନ ବ୍ରାଣ୍ଡଙ୍କଠୁ ୧୦ ସେକେଣ୍ଡର ସ୍ଲଟ୍ ପ୍ରତି ୯ ରୁ ୯.୫ ଲକ୍ଷ ଟଙ୍କା ନେଇଛି। ଇକୋନୋମିକ୍ସ ଟାଇମ୍ସ ଅନୂଯାୟୀ, ଷ୍ଟାର ଷ୍ଟାର ସ୍ପୋର୍ଟ୍ସ ପାଇଁ ୯୦୦ କୋଟି ଏବଂ ଡିଜନୀ ପ୍ଲସ୍‌ ହଟଷ୍ଟାର ପାଇଁ ୨୫୦ ରୁ ୨୭୦ କୋଟି ଚୁକ୍ତି କରିଛି।

   Related Posts