ଭାରତ-ନ୍ୟୁଜିଲାଣ୍ଡ ଟି-୨୦ : ପ୍ରଥମ ମ୍ୟାଚ୍‌ରେ ଭାରତର ଶୋଚନୀୟ ପରାଜୟ

Published By : Prameya-News7 Bureau | February 06, 2019 IST

ଓ୍ବିଲିଙ୍ଗଟନ୍ ୬|୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ରେ ୮୦ରନ୍ ରେ ହାରିଛି ଭାରତ । ପ୍ରଥମେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ୍ ହରାଇ ୨୧୯ ରନ୍ କରିଥିଲା । ଭାରତକୁ ଜିତିବାକି ୨୨୦ ରନ୍ ର ଆବଶ୍ୟକତା ରହିଥିଲା । ମାତ୍ର ଭାରତ ୧୯.୨ ଓଭରରେ ୧୩୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି । ଏଭଳି ଭାବେ ଭାରତୀୟ ଦଳକୁ ୮୦ରନ୍ ପ୍ରଥମ ମ୍ୟାଚ୍ ହାରିବାକୁ ପଡିଛି । ୩ଟିକିଆ ମ୍ୟାଚ୍ ବିଶିଷ୍ଟ ପ୍ରଥମ ମ୍ୟାଚ୍ ରେ ଭାରତର ପ୍ରଦର୍ଶନ ବହୁତ ଖରାପ ରହିଛି । ନ୍ୟୁଜିଲାଣ୍ଡ ୧-୦ରେ ସିରିଜ୍ ରେ ଆଗୁଆ ରହିଛି । ରନ୍ ହିସାବରେ ଭାରତୀୟ ଦଳର ଏହା ସବୁଠୁ ବଡ ପରାଜୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.