ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ ; ନ୍ୟୁଜିଲାଣ୍ଡ ଆଗରେ ୩୨୫ରନ୍‌ର ଟାର୍ଗେଟ୍ ଦେଲା ଭାରତ

Published By : Prameya-News7 Bureau | January 26, 2019 IST

ବେ ଓଭାଲ ୨୬|୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟିକିଆ ଦିନିକିଆ ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ୍ ମାଉଣ୍ଟ ମାଙ୍ଗାନୁଇ ସ୍ଥିତ ବେ ଓଭାଲରେ ଖେଳାଯାଉଛି । ୪ ଓ୍ବିକେଟ୍ ହରାଇ ଭାରତୀୟ ଦଳ ୩୨୪ରନ୍ କରିଛି । ନ୍ୟୁଜିଲାଣ୍ଡକୁ ୩୨୫ ରନ୍ ର ଟାର୍ଗେଟ୍ ଦେଇଛି ଭାରତ । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଟିମ୍ ଇଣ୍ଡିଆ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ ରୋହିତ ଶର୍ମା ଏବଂ ଶିଖର ଧାଓ୍ବନ । ତେବେ ଶିଖର ଧାଓ୍ବନ ୬୬, ରୋହିତ ଶର୍ମା ୮୭, ଆମ୍ବାତି ରାୟିଡୁ ୪୭, ବିରାଟ କୋହଲି ୪୩, ମହେନ୍ଦ୍ର ସିଂ ଧୋନୀ ୪୮, କେଦାର ଯାଦବ  ୨୨ ରନ୍ କରିଛନ୍ତି ।

ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ସିରିଜ୍ ଆଗୁଆ ରହିଛି । ଏହି ମ୍ୟାଚ୍ ବିଜୟୀ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେହିଭଳି ଏହି ମ୍ୟାଚ୍ ଜିତି ସିରିଜ୍ ରେ ବରାବର ସ୍ଥିତିରେ ରହିବାକୁ ନ୍ୟୁଜିଲାଣ୍ଡ ଚେଷ୍ଟା କରୁଛି । ତେବେ ଏହି ପିଚ୍ ରେ ଭାରତ ପ୍ରଥମଥର ପାଇଁ ମ୍ୟାଚ୍ ଖେଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.