ଆଜି ପୁଣି ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ, ଯଦି ଆଜି ମଧ୍ୟ ବର୍ଷା ହୁଏ କ’ଣ ହେବ ଜାଣନ୍ତୁ

Published By : Prameya-News7 Bureau | July 10, 2019 IST

ଲଣ୍ଡନ ୧୦|୭:  ବର୍ଷା ଯୋଗୁଁ କାଲି ଅଟକି ଥିବା ମ୍ୟାଚ୍ ଆଜି ୩ଟା ବେଳେ ଭାରତୀୟ ସମୟ ଆରମ୍ଭ ହେବ । ଗତକାଲି  ୪୬.୧ ଓଭରରେ ୫ ଓ୍ବିକେଟ୍ ହରାଇ ନିଜ୍ୟୁଲ୍ୟାଣ୍ଡ ୨୧୧ରନ୍ କରିଛି । ଆଜି ସେହିଠାରୁ ଖେଳ ଆରମ୍ଭ ହେବ । ଗତକାଲି ବର୍ଷା ହେବା ବେଳକୁ ରସ୍ ଟେଲର ଓ ଟି. ଲଥାମ୍ ପିଚ୍ ରେ ଥିଲେ । ଭୁବନେଶ୍ବର କୁମାର ୪୬ତମ ଓଭରର ଗୋଟିଏ ବଲ୍ ପକାଇଥିଲେ । ଗତକାଲି ବର୍ଷା ନକମିବା ଯୋଗୁଁ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଆଜି ମଧ୍ୟ ମାଞ୍ଚେଷ୍ଟରରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଯଦି ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ହୁଏ ତାହାଲେ ରନ୍ ରେଟ୍ ଦୃଷ୍ଟି କୋଣରୁ ଭାରତ ସିଧାସଳଖ ଫାଇନାଲରେ ପହଞ୍ଚିବ । କିନ୍ତୁ ଖେଳ ଆରମ୍ଭ ହେବା ପରେ ଅର୍ଥାତ୍ ଭାରତ ବ୍ୟାଟିଂ ଆରମ୍ଭ କରିବା ପରେ ଯଦି ବର୍ଷା ହୁଏ ତାହାଲେ ଭାରତ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଲୁଇସ୍ ଡକଓ୍ବାଥ ନିୟମ ଅନୁସାରେ ଖେଳାଯାଇଥିବା ଓଭର ଅନୁସାରେ ଭାରତର ବିଜୟ ଲକ୍ଷ୍ୟ ନିର୍ଦ୍ଧାରଣ ହେବ । ଏଭଳି ହେଲେ ଭାରତ ପାଇଁ ବିପଦ ସୃଷ୍ଟି ହୋଇପାରେ ।

ସୂଚନାଯୋଗ୍ୟ ଯେ, ଗତକାଲି ଭାରତ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମରୁ ହିଁ ନ୍ୟୁଜିଲ୍ୟାଣ୍ଡ ଧିମା ବ୍ୟାଟିଂ କରିଥିଲା । ଭାରତୀୟ ବୋଲରମାନେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ରନ୍ କରିବାକୁ ସୁଯୋଗ ଦେଇନଥିଲେ । ଭାରତର ୫ଜଣ ଯାକ ବୋଲର ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ହାସଲ କରିଥିଲେ । ୟୁଜବେନ୍ଦ୍ର ଚହଲ ସବୁଠାରୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୧୦ ଓଭରରେ ୬୩ ରନ୍ ଦେଇ ସେ ଗୋଟିଏ ଓ୍ବିକେଟ୍ ହାସଲ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୧୦ ଓଭରରେ ୫୫ରନ୍ ଦେଇ ଗୋଟିଏ ଓ୍ବିକେଟ୍ ହାସଲ କରିଥିଲେ ।

ସେହିଭଳି କିୱି ଟିମ୍‌ ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ୍‌ ହରାଇ ମାତ୍ର ୨୭ ରନ୍‌ କରିଥିଲା । ତେବେ ୱିଲିଅମ୍‌ସନ୍‌ ଓ ନିକୋଲସ୍ କ୍ରିଚ୍‌ରେ ଜମି ଆସୁଥିବା ବେଳେ ୨୦ ତମ ଓଭରରେ ଏମାନଙ୍କ ଯୋଡି ଭାଙ୍ଗି ଦେଇଥିଲେ ଜାଡେଜା । ନିକୋଲସଙ୍କୁ କ୍ଲିନ୍‌ ବୋଲଡ୍‌ କରି ପାଭିଲିଅନ୍‌କୁ ପଠାଇ ଦେଇଥିଲେ । ଅବଶ୍ୟ ଏହା ପୂର୍ବରୁ  ୱିଲଅମସନ୍‌ଙ୍କ କ୍ୟାଚ୍‌ ନିଜ ବୋଲିଂରେ ଛାଡିଦେଇଥିଲେ ଚହଲ । ଯାହାକୁ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହାପରେ ରସ ଟେଲର ଓ ୱିଲିଅମସନ୍‌ ମିଶି ଜଗିରଖି ଖେଳିବା ସହ ବଡ ପାର୍ଟନର ସିପ୍‌ ବିଲ୍ଟ କରିଥିଲେ ।

ନ୍ୟୁଜିଲ୍ୟାଣ୍ଡ ୨୫ ଓଭରରେ ୨ ୱିକେଟ୍ ହରାଇ ୮୩ ରନ୍‌ ଓ ୩୦ ଓଭରରେ ୧୧୩  ରନ୍‌ରେ ପହଞ୍ଚିଥିଲା । ୭୯ ବଲ୍ ଖେଳି ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ କ୍ୟାପଟେନ୍‌ ୱିଲିଅମସନ୍‌ । ଉଭୟଙ୍କ ପାର୍ଟନରସିପ୍ ଭାଙ୍ଗିବାରେ ବେଶ ନାକେଦମ୍ ହୋଇଥିଲେ ଭାରତୀୟ ବୋଲର । ତେବେ ୩୫ ତମ ଓଭରରେ ୱିଲିୟମସନଙ୍କୁ ପାଭିଲିୟାନ ପଠାଇଦେଇଥିଲେ ଚହଲ। ୬୭ ରନ କରିଥିବା ବେଳେ ଜାଡେଜାଙ୍କ ହାତରେ ସେ କ୍ୟାଚ ଆଉଟ ହୋଇଥିଲେ। ଜିମ୍ମି ନିଶାମ ୧୮ଟି ବଲ ଖେଳି ଗୋଟିଏ ଚୌକା ସହାୟତାରେ ମାତ୍ର ୧୨ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଦୀନେଶ କାର୍ତ୍ତିକଙ୍କ ଦ୍ବାରା କ୍ୟାଚଆଉଟ ହୋଇଥିଲେ ।

ରସ ଟେଲର କିନ୍ତୁ ଦୃଢତାର ସହିତ ଭାରତୀୟ ବୋଲରଙ୍କୁ ମୁକାବିଲା କରୁଥିଲେ । ଏପଟେ କଲିନ ଡି  ଗ୍ରାଣ୍ଡ ହୋମେ ଝୂଆଁଧାର ବ୍ୟାଟିଂ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ୧୦ଟି ବଲ ଖେଳି ୨ଟି ଚୌକା ସହାୟତାରେ ୧୬ରନ କରି ଭୁବନେଶ୍ବର କୁମାରଙ୍କ ବଲରେ ଧୋନୀଙ୍କ ଦ୍ବାରା କେଚ ଆଉଟ ହୋଇଥିଲେ । ପଞ୍ଚମ ୱିକେଟର ପତନ ସହ କିୱି ଦଳ ଦୁର୍ବଳ ଲାଗୁଥିଲା । କିନ୍ତୁ ରସ କ୍ରିଚରେ ରହି ଲମ୍ବା ସ୍କୋର କରିବାକୁ ଉଦ୍ୟ କରୁଥିଲେ । ଗ୍ରାଣ୍ଡହୋମ ଆଉଟ ହେବାପରେ ଆସିଥିଲେ ଟମ ଲାଥାମ । ତେବେ ୪୬.୧ ଓବରରେ ବର୍ଷା ଯୋଗୁଁ ମ୍ୟାଚ ସ୍ଥଗିତ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.