ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦ ମ୍ୟାଚ୍ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଶେଷ ମ୍ୟାଚ୍ ଖେଳିପାରିଲେନି କୋହଲି

Published By : Prameya-News7 Bureau | February 02, 2020 IST

ମାଉଣ୍ଟମଙ୍ଗନୁଇ ୨।୨:  ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ପୂର୍ବରୁ ଭାରତ ୪-୦ରେ ସିରିଜ୍ ଆଗୁଆ ଥିବା ବେଳେ ଆଜି ଶେଷ ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟ ରଖିଛି ଭାରତ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଏହି ମ୍ୟାଚ୍ ଜିତିବାକୁ ଚାହିଁବ । ତେଣୁ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ।

{"id":218957,"sizeSlug":"large"}

୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୪ଟି ମ୍ୟାଚ୍ ଜିତି ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଥିଲା । ସେହିପରି ଦ୍ବିତୀୟ ମୁକାବିଲାରେ ୭ ୱିକେଟରେ ବିଜୟୀ ହୋଇଥିଲା ଭାରତ । ପରେ ତୃତୀୟ ଓ ଚତୁର୍ଥ ମ୍ୟାଚ୍ ବେଶ୍ ରୋମାଞ୍ଚକର ଥିଲା  । ଏହି ୨ଟି ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରରେ ଫଇସଲା ବାହାରିଥିଲା । ସୁପର ଓଭରରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ କମାଲ କରି ମ୍ୟାଚ୍ ହାତେଇବାରେ ସଫଳ ହୋଇଥିଲେ । ତେବେ ମାନସିକ ସ୍ତରରେ ଉନ୍ନତି ପାଇଁ ଘରୋଇ ଦଳ ଏହି ମ୍ୟାଚକୁ ଜିତିବାକୁ ଉଦ୍ୟମ କରିବ ।

{"id":219052,"sizeSlug":"large"}

ଅନ୍ୟପଟେ ଅନ୍ତିମ ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହୋଇଛି । ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.