ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆରେ ଭାରତର ଦରଦାର ବିଜୟ ; ୨-୦ରେ ସିରିଜ୍ ଆଗୁଆ

Published By : Prameya-News7 Bureau | January 26, 2019 IST

ବେ ଓଭାଲ ୨୬|୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡକୁ ୯୦ରନ୍ ରେ ହରାଇଛି ଭାରତ । ୫ଟିକିଆ ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ । ମାଉଣ୍ଟ ମାଙ୍ଗାନୁଇ ସ୍ଥିତ ବେ ଓଭାଲରେ ଖେଳାଯାଉଥିଲା ଏହି ମ୍ୟାଚ୍ ।

ପ୍ରଥମେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ୍ ହରାଇ ୩୨୪ରନ୍ କରିଥିଲା । ଟିମ୍ ଇଣ୍ଡିଆ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ ରୋହିତ ଶର୍ମା ଏବଂ ଶିଖର ଧାଓ୍ବନ । ତେବେ ଶିଖର ଧାଓ୍ବନ ୬୬, ରୋହିତ ଶର୍ମା ୮୭, ଆମ୍ବାତି ରାୟିଡୁ ୪୭, ବିରାଟ କୋହଲି ୪୩, ମହେନ୍ଦ୍ର ସିଂ ଧୋନୀ ୪୮, କେଦାର ଯାଦବ ୨୨ ରନ୍ କରିଥିଲେ । ଭାରତର ୩୨୫ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ୪୦.୨ ଓଭରରେ ୨୩୪ରନ୍ ସଂଗ୍ରହ ଅଲଆଉଟ୍ ହୋଇଯାଇଥିଲା । ଭାରତର କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ ଓ୍ବିକେଟ୍ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.