ଆଜି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦ ମ୍ୟାଚ୍, ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ବିରାଟ ବାହିନୀ

Published By : Prameya-News7 Bureau | February 02, 2020 IST

ମାଉଣ୍ଟମଙ୍ଗନୁଇ ୨।୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମ୍ୟାଚ୍ ଆଜି ନ୍ୟୁଜିଲ୍ୟାଣ୍ଡର ମାଉଣ୍ଟମଙ୍ଗନୁଇରେ ଖେଳାଯିବ। 

{"id":218959,"sizeSlug":"large"}

ପ୍ରଥମ ୪ଟି ମ୍ୟାଚ୍ ଜିତି ୪-୦ରେ ଆଗୁଆ ଥିବା ଭାରତ ପାଇଁ ଏଥିରେ ନ୍ୟୁଜିଲାଣ୍ଡ ମାଟିରେ ବିରଳ ‘୫-୦’ ମୂଳପୋଛ ହାସଲ କରିବାର ସୁଯୋଗ ରହିବ। ଭାରତ ଆଜି ଜିତିଲେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡରେ କୌଣସି ଟ୍ବେଣ୍ଟି-୨୦ ଶୃଙ୍ଖଳାର ସବୁ ମ୍ୟାଚ୍ ଜିତିବ।

{"id":218960,"sizeSlug":"large"}

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନିଟି ମ୍ୟାଚ୍ ରେ କ୍ରମାଗତ ବିଜୟ ହାସଲ କରିଥିବା କୋହଲି ବାହିନୀ ଚତୁର୍ଥ ମ୍ୟାଚ୍ ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇଥିଲା। ତଥାପି ଏହି ରୋମାଞ୍ଚକର ଲଢ଼େଇକୁ ସୁପର ଓଭରରେ ଜିତି ନେଇଥିଲା । ଶୃଙ୍ଖଳାରେ ମଧ୍ୟ ଏହା ଦଳର ଲାଗାତର ଦ୍ବିତୀୟ ସୁପର ଓଭର ବିଜୟ ଥିଲା ।

{"id":218961,"sizeSlug":"large"}

ଭାରତର ଉଭୟ ସୁପର ଓଭର ବିଜୟରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ପରାଜିତ ହୋଇଥିଲା। ଆଜି  ମ୍ୟାଚ୍ ରେ କିୱି ଦଳ ସାନ୍ତ୍ବନାମୂଳକ ବିଜୟରେ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.