ଆଜି ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟି-୨୦ ମ୍ୟାଚ୍ : ଭାରତର ପ୍ଲେଇଂ ଇଲେଭେନ୍‌ରେ ହୋଇପାରେ ଏହି ଦୁଇ ପରିବର୍ତ୍ତନ

Published By : Prameya-News7 Bureau | January 31, 2020 IST

ୱଲିଂଟନ ୩୧।୧: ଆଜି ୱଲିଂଟନରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ରେ ୩-୦ରେ ଆଗୁଆ ରହିଛି ଭାରତ । ଏହାସହ ସରିଜ୍ ମଧ୍ୟ ନିଜ ନାଁରେ କରିସାରିଛି ଟିମ୍ ଇଣ୍ଡିଆ ।

ଆଜିର ମୁକାବିଲା ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ଶୃଙ୍ଖଳା ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ତେବେ ଆଜରି ମ୍ୟାଚ୍ ଏବଂ ରବିବାର ଖେଳାଯିବାକୁ ଥିବା ଶେଷ ମ୍ୟାଚ୍ ଜିତି ୫-୦ରେ ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ଏହାସହ ନୂଆ ଏକ ଇତିହାସ ରଚିବ ଟିମ୍ ଇଣ୍ଡିଆ ।

ତେବେ ଆଜିର ମ୍ୟାଚରେ ଭାରତର ପ୍ଲେଇଂ ଇଲେଭେନ୍ ରେ କିଛି ପରିବର୍ତ୍ତନ କରିପାରେ । ସଞ୍ଜୁ ସାମସନ ଓ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇପାରେ । ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.