ଆଜି ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଦିନିକିଆ ; ବି ୱିନିଂ ଷ୍ଟ୍ରିକ୍ ଜାରି ରଖିବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | January 31, 2019 IST

ହାମିଲଟନ୍ ୩୧|୧:   ଆଜି ହାମିଲଟନ୍ ରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଦିନିକିଆ । କିୱି ଟିମ୍ ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଇଛି ।ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା  ଦଳର ନେତୃତ୍ବ ନେଉଛନ୍ତି । ଏଥିସହ ଆଜି କ୍ୟାରିଅରର ୨୦୦ତମ ୱାନଡେ ମଧ୍ୟ ଖେଳୁଛନ୍ତି ରୋହିତ । ପୂର୍ବରୁ ତିନିଟି ମ୍ୟାଚ୍ ଜିତି ମେନ୍ ଇନ୍ ବ୍ଲୁ ସିରିଜ୍ କବଜା କରିସାରିଛି । ତେଣୁ ଆଜିର ମ୍ୟାଚ୍ ଜିତି ମୋମେଣ୍ଟମ୍ ଜାର ରଖିବାକୁ ଭରପୂର ପ୍ରୟାସ କରିବେ ରୋହିତ ଆଣ୍ଡ କୋ । ତେବେ ଆଜିର ମ୍ୟାଚରେ ନବାଗତ ଶୁଭମନ୍ ଗିଲ୍ ଙ୍କୁ ଟିମ୍ ରେ ସ୍ଥାନ ମିଳିବ ବୋଲି ଆଶା କରାଯାଉଛି । ସେପଟେ ସିରିଜ୍ ହାରି ସାରିଥିବା ୱିଲିମସନଙ୍କ ଟିମ୍ ସମ୍ମାନ ପାଇଁ ପଡ଼ିଆକୁ ଓହ୍ଲାଇବ । ଭାରତୀୟ ସ୍ପିନରଙ୍କ ବଲରେ ଘାଇଲା ହୋଇଥିବା ନ୍ୟୁଜିଲ୍ୟାଣ୍ଡ ତିନିଟିଯାକ ମ୍ୟାଚରେ ୫୦ ଓଭର ବ୍ୟାଟିଂ କରିପାରିନାହିଁ । ତେଣୁ ସ୍ପିନରଙ୍କୁ ନ ଖେଳି ପାରିଲେ ଆଜି ମଧ୍ୟ ମାଟି କାମୁଡ଼ିବା ଥୟ । 

ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବାତି ରାୟୁଡୁ, ଶୁବମନ ଗିଲ୍‌, କେଦାର ଯାଦବ, ଦିନେଶ କାର୍ତ୍ତିକ, , ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, କେ ଖଲିଲ ଅହମ୍ମଦଓ ୟୁଜବେନ୍ଦ୍ର ଚହଲ ରହିଛନ୍ତି ।

ନ୍ୟୁଜିଲାଣ୍ଡ ଦଳରେ କେନ୍‌ ଓ୍ଵିିଲିୟମସନ୍‌ (ଅଧିନାୟକ), ମାର୍ଟିନ ଗପ୍ଟଟଲ, କଲିନ ଡି ଗ୍ରାଣ୍ଡହୋମ, ରସ୍‌ ଟେଲର, ଟମ୍‌ ଲାଥମ, ଜେମ୍‌ସ ନିସାମ, ମିଚେଲ ସାଣ୍ଟନର, ଟଡ୍‌ ଆସଲେ, ଲୋକି ଫର୍ଗୁସନ୍‌, ମାଟ୍‌ ହେନରୀ, ଟ୍ରେଣ୍ଟ ବୋଲ୍‌ଟ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.