Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍

ହାମିଲଟନ ୧୦|୨:  ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜ ଏବେ ୧-୧ରେ ବରାବର ରହିଛି । ଯେଉଁଥିପାଇଁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮୦ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ଯାହା ନ୍ୟୁଜିଲାଣ୍ଡ ମାଟିରେ ଭାରତର ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପ୍ରଥମ ବିଜୟ ଥିଲା । ଆଜି ଭାରତ-ନ୍ୟୁଜିଲାଣ୍ଡ ବିରୋଧରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବାକୁ ଥିବା ବେଳେ ମ୍ୟାଚ ହାତେଇବାକୁ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ତେବେ ଟିମ୍ ଇଣ୍ଡିଆ ପାଖରେ ଆଜିର ମ୍ୟାଚ ଜିତି ନୂଆ ଇତିହାସ ରଚିବାର ସୁଯୋଗ ରହିଛି । ଯଦି ଭାରତ ଆଜି ମ୍ୟାଚରେ ବିଜୟୀ ହୁଏ, ତେବେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତିବ ଭାରତ । ତେବେ ଆଜିର ଏହି ହାଇଭୋଲ୍ଟଟେଜ୍ ମ୍ୟାଚ ହାମିଲଟନର ସେଡାନ୍ ପାର୍କରେ ଖେଳାଯିବ ।

100 Views

   ସମ୍ବନ୍ଧିତ ଖବର