Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ ମ୍ୟାଚ୍ ; ସିରିଜ୍ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

28/01/2019 at 9:31 AM

ନ୍ୟୁଜିଲାଣ୍ଡ ୨୮|୧:  ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ ମ୍ୟାଚ । ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଦିନିକିଆରେ ଜବରଦସ୍ତ ବିଜୟ ହାସଲ କରିବା ପରେ ତୃତୀୟ ଦିନିକିଆ ଜିତି ହାଟ୍ରିକ୍ ତଥା ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ । ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ଏବେ ୨-୦ରେ ଆଗୁଆ ରହିଛି । ଆଉ ଏବେ ବିରାଟ ବାହିନୀ ନ୍ୟୁଜିଲାଣ୍ଡକୁ ଆଉ ଏକ ମାତ୍ ଦେବା ସହ ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।ତେବେ ଯଦି ଭାରତ ଆଜି ମ୍ୟାଚ ଜିତିବ, ତେବେ ୨୦୧୪ରେ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଦିନିକିଆ ସିରିଜ ପରାଜୟର ବଦଲା ନେବ ଟିମ୍ ଇଣ୍ଡିଆ । ଯାହାକି ଭାରତ ୦-୪ରେ ପରାଜିତ ହୋଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଦଳର ବାସନ୍ଦ ହୋଇଥିବା ଯୁବ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ମ୍ୟାଚରେ ପର୍ତ୍ତ୍ୟାବର୍ତ୍ତନ କରିପାରନ୍ତି । ସେପଟେ ନ୍ୟୁଜିଲାଣ୍ଡ ପାଇଁ ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇଛି ଦଳ । ଯଦି ଆଜି ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡ ପରାସ୍ତ ହୁଏ ତେବେ ଦଳକୁ ସିରିଜ ହାତଛଡା କରିବାକୁ ହେବ । ଯେଉଁଥିପାଇଁ ଆଜିର ମ୍ୟାଚ ନ୍ୟୁଜିଲାଣ୍ଡ ପାଇଁ ନିର୍ଣ୍ଣାୟକ ରହିବ ।

   Related Posts