Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଭାରତ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ Day-1 : ମୟଙ୍କ ଅଗ୍ରଓ୍ବାଲଙ୍କ ଅପରାଜିତ ଶତକ, ଖାତା ଖୋଲିପାରିଲେନି ପୂଜାରା ଓ କୋହଲି

3/12/2021 at 5:54 PM

ମୁମ୍ବାଇ ୦୩/୧୨ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅନ୍ତିମ ଟେଷ୍ଟ । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରଥମରୁ ସାମାନ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ବିକେଟ ହରାଇ ସଂଗ୍ରହ କରିଛି ୨୨୧ ରନ । ମୟଙ୍କ ଅଗ୍ରଓ୍ବାଲଙ୍କ ଦମଦାର ଅପରାଜିତ ଶତକ ବଳରେ ବଡ ସ୍କୋର ଆଡକୁ ଅଗ୍ରସର ହେଉଛି ଦଳ ।

ପ୍ରଥମରୁ ହିଁ ଭଲ ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଏବଂ ଶୁଭମାନ ଗିଲ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । ପ୍ରଥମ ଓ୍ବିକେଟ ଯୋଡିରେ ଉଭୟ ୮୦ ରନ କରିଥିଲେ । ଶୁଭମାନ ଗିଲ ସେଟ୍‌ ହୋଇସାରିଥିଲେ କିନ୍ତୁ ଖରାପ ସଟ୍‌ ଖେଳି ୪୪ ରନ କରି ଆଉଟ ହୋଇଛନ୍ତି । ପରେ ବ୍ୟାଟିଂ କରିବାକୁ ଆସିଥିବା​‌ ଚେତେଶ୍ବର ପୂଜାରା ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିପାରିନାହାନ୍ତି । ଏକଦା ୭୯ ରନରେ କୌଣସି ଓ୍ବିକେଟ ହରାଇଥିବା ଦଳ ୮୦ ରନରେ ୩ଟି ଓ୍ବିକେଟ ପଡିଥିଲା । ଗୋଟିଏ ପଟେ ମୟଙ୍କ ଅଗ୍ରଓ୍ବାଲ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଛନ୍ତି । ସେ ୨୪୬ ବଲ ଖେଳି ୧୪ ଚୌକା ଏବଂ ୪ଟି ଛକା ସହାୟତାରେ ୧୨୦ ରନ କରି ଅପରାଜିତ ଅଛନ୍ତି । ଶ୍ରେୟସ ଆୟର ବ୍ୟକ୍ତିଗତ ୧୮ରନ କରି ଆଉଟ ହୋଇଛନ୍ତି । ରିଦ୍ଧିମାନ ଶାହା ୨୫ ରନ କରି ଅପରାଜିତ ଅଛନ୍ତି ।   

ନ୍ୟୁଜିଲାଣ୍ଡ ପକ୍ଷରୁ ଏକ ମାତ୍ର ସଫଳ ବୋଲର ଭାବେ ଏଜାଜ୍‌ ପଟେଲ ୨୯ ଓଭର ବୋଲିଂ କରି ୭୩ ରନ ଦେଇ ସମସ୍ତ ୪ଟି ଯାକ ଓ୍ବିକେଟ ନେଇଛନ୍ତି । ସେହିଭଳି ଟିମ ସାଉଦୀ ୧୫ ଓଭରରେ ୨୯ ରନ ଦେଇଥିବା ବେଳେ, କାଇଲ ଜିମିସନ୍‌ ୯ଓଭରରେ ୩୦ ରନ, ଓ୍ବିଲ ସୋମରଭିଲ୍ଲେ ୮ ଓଭରରେ ୪୬ରନ, ରଚିନ୍‌ ରବିନ୍ଦ୍ର ୪ ଓଭରରେ ୨୦ରନ ଏବଂ ଡାରିଲ ମିଚେଲ ୫ ଓଭରରେ ୯ରନ ଦେଇଛନ୍ତି ।  

   Related Posts