ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ, ହାମିଲଟନ୍‌ରେ ଖେଳାଯିବ ପ୍ରଥମ ମ୍ୟାଚ୍

Published By : Prameya-News7 Bureau | February 05, 2020 IST

ହାମିଲଟନ ୫।୨: ଟି-୨୦ ଶୃଙ୍ଖଳାକୁ ୫-୦ରେ ମୂଳପୋଛ କରିବା ପରେ ଆଜିଠୁ ଭାରତ ଏକଦିବସୀୟ ଅଭିଯାନ ଆରମ୍ଭ କରିବ । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ହାମିଲଟନର ସେଡନ୍ ପାର୍କରେ ଖେଳିବ ବିରାଟ ବାହିନୀ ।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଆହତ ହୋଇ ବାଦ୍ ପଡିବା ପରେ ଶୃଙ୍ଖଳାରେ ଭାରତ ନୂଆ ଯୋଡି ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିବେ। ରୋହିତଙ୍କ ସ୍ଥାନରେ ଦିନିକିଆ ଦଳରେ ସାମିଲ ହୋଇଥିବା ମୟଙ୍କ ଅଗ୍ରୱାଲ ୯ଟି ଟେଷ୍ଟ ଖେଳି ସାରିଛନ୍ତି । ହେଲେ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିବେ । ସେହିଭଳି ଦୁଇଟି ଟେଷ୍ଟ ଖେଳିଥିବା ପୃଥ୍ବୀ ସ’ ମଧ୍ୟ ପଦାର୍ପଣ କରିବେ।

ନ୍ୟୁଜିଲାଣ୍ଡ ଖେଳିଥିବା ଗତ ୯ ଅନ୍ତର୍ଜାତୀୟ ମ୍ୟାଚ୍ ରେ ପରାସ୍ତ ହୋଇଛି । ହାମିଲଟନରେ ଏହି ଧାରା ରୋକିବାକୁ ଦଳ ଚେଷ୍ଟା କରିବ । ସେପଟେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଭଳି ଦିନିକିଆରେ ମଧ୍ୟ ଆରମ୍ଭରୁ ଆଗୁଆ ରହିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.