Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ : ଟସ୍ ଜିତି ନ୍ୟୁଜିଲାଣ୍ଡର ଫିଲ୍ଡିଂ ନିଷ୍ପତ୍ତି, କ୍ରିଜ୍‌ରେ ପୃଥ୍ବୀ ଏବଂ ମୟଙ୍କଙ୍କ ଯୋଡି

5/02/2020 at 7:35 AM

ହାମିଲଟନ ୫।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜିଠୁ ଭାରତ ଏକଦିବସୀୟ ଅଭିଯାନ ଆରମ୍ଭ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ହାମିଲଟନର ସେଡନ୍ ପାର୍କରେ ଖେଳାଯାଉଛି । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ବ୍ୟାଟିଂ ଆରମ୍ଭ କରିଛି ଭାରତ ।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଆହତ ହୋଇ ବାଦ୍ ପଡିବା ପରେ ଶୃଙ୍ଖଳାରେ ଭାରତ ନୂଆ ଯୋଡି ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିଛନ୍ତି। ରୋହିତଙ୍କ ସ୍ଥାନରେ ଦିନିକିଆ ଦଳରେ ସାମିଲ ହୋଇଥିବା ମୟଙ୍କ ଅଗ୍ରୱାଲ ୯ଟି ଟେଷ୍ଟ ଖେଳି ସାରିଛନ୍ତି । ହେଲେ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି । ସେହିଭଳି ଦୁଇଟି ଟେଷ୍ଟ ଖେଳିଥିବା ପୃଥ୍ବୀ ସ’ ମଧ୍ୟ ଖେଳୁଛନ୍ତି ।

ନ୍ୟୁଜିଲାଣ୍ଡ ଖେଳିଥିବା ଗତ ୯ ଅନ୍ତର୍ଜାତୀୟ ମ୍ୟାଚ୍ ରେ ପରାସ୍ତ ହୋଇଛି । ହାମିଲଟନରେ ଏହି ଧାରା ରୋକିବାକୁ ଦଳ ଚେଷ୍ଟା କରିବ । ସେପଟେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଭଳି ଦିନିକିଆରେ ମଧ୍ୟ ଆରମ୍ଭରୁ ଆଗୁଆ ରହିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ବିରାଟ ବାହିନୀ।

ଭାରତର ପ୍ଲେଇଂ ଇଲେଭେନ୍ :

ବିରାଟ କୋହିଲ (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ୍‌, ପୃଥ୍ବୀ ସ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ୍ ଯାଦବ, ଶାଦ୍ଧ୍ରୁଲ ଠାକୁର, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା ।

ନ୍ୟୁଜିଲାଣ୍ଡର ପ୍ଲେଇଂ ଇଲେଭେନ୍ :

ମାର୍ଟିନ୍ ଗପ୍ଟିଲ, ହେନରୀ ନିକୋଲ୍ସ, ଟମ୍ ଲାଥମ୍ (ଅଧିନାୟକ, ଓ୍ବିକେଟରକ୍ଷକ) ଟମ୍ ବ୍ଲଣ୍ଡେଲ, ରସ୍ ଟେଲର, ଜିମି ନିଶାମ, କାଲିନ ଡି ଗ୍ରାଣ୍ଡହୋମ୍, ମିସେଲ ସେଣ୍ଟନର, ହମିସ ବେନେଟ୍, ଇଶ ଶୋଢି, ଟିମ୍ ସାଉଦି ।

   Related Posts