Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବିଦାୟୀ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ, ଶେଷଥର ନଜର ଆସିବେ ବିରାଟ-ଶାସ୍ତ୍ରୀ ଯୋଡି !

8/11/2021 at 8:41 AM

ଦୁବାଇ,୦୮/୧୧: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୨) ଶେଷ ମ୍ୟାଚ୍‌ରେ ଭାରତ ଓ ନାମିବିୟା ପରସ୍ପରକୁ ଭେଟିବେ । ସେମି ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇସାରିଥିବାରୁ ଏହି ମ୍ୟାଚ୍‌ର ଫଳାଫଳ ଟୁର୍ଣ୍ଣାମେଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆଜିର ମ୍ୟାଚ୍‌ରେ ଭାରତ ଜିତିଲେ ମଧ୍ୟ ସେମି ଫାଇନାଲ୍‌ରେ ପ୍ରବେଶ କରିପାରିବ ନାହିଁ ।

କେବଳ ସମ୍ମାନ ଦୃଷ୍ଟିରୁ ଅନ୍ତିମ ମ୍ୟାଚ୍‌ ଖେଳିବକୁ ପଡ଼ିବ । ଠିକ୍ ସେହିପରି ଶେଷଥର ପାଇଁ ନଜର ଆସିବେ କୋଚ୍-ରବି ଶାସ୍ତ୍ରୀ ଓ ବିରାଟ କୋହଲି ଯୋଡି ବୋଲି ଚର୍ଚ୍ଚା ହେଉଛି । ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୨ ଟି-ଟ୍ୱେଣ୍ଟି ବିଶ୍ୱକପ ସେମି ଫାଇନାଲ୍‌ରେ ପହଞ୍ଚି ପାରି ନଥିଲା । ଏହାପରେ ଦଳ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ୍‌ ଓ ୨୦୧୭ ଚାମ୍ପିଅନ୍ସ ଟ୍ରଫି ରନର୍ସ ଅପ୍‌ ହୋଇଥିଲା ।

୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା । ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ରନର୍ସ ଅପ୍‌ ହୋଇଥିଲା ଓ ୨୦୧୬ରେ ସେମି ଫାଇନାଲ୍‌ ଖେଳିଥିଲା । ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ଭାରତ ରନର୍ସ ଅପ୍‌ ହୋଇଥିଲା । ନାମିବିୟା ଦଳ ପ୍ରଥମ କରି ବିଶ୍ୱକପ୍‌ ଖେଳୁଥିଲେ ହେଁ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ପ୍ରଶଂସକ ସୃଷ୍ଟି କରିବାରେ ସଫଳ ହୋଇଛି ।

ଭାରତର ଭଳି ତାରକା ଖଚିତ ଦଳ ବିପକ୍ଷରେ ଖେଳି ଅଭିଜ୍ଞତା ଅର୍ଜନ କରିବା ପାଇଁ ନାମିବିୟା ଖେଳାଳିମାନେ ଉତ୍ସୁତକତାର ସହ ଅପେକ୍ଷା କରିଥିବେ । ଅନ୍ୟ ପଟରେ ଭରତୀୟ ଦଳ ପରିବାର ସହ ସ୍ୱଦେଶ ଫେରିବା ପାଇଁ ପ୍ରସ୍ତୁତ ହେଉଥିବ । ଯଥା ସମ୍ଭବ ଘରକୁ ଫେରି ବିଶ୍ରାମ ନେଲେ ପରବର୍ତ୍ତୀ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଦଳ ପ୍ରସ୍ତୁତ ହେବ ।

ଏହି ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବାର ଆବଶ୍ୟକତା ନାହିଁ । ଭାରତୀୟ ଖେଳାଳିଙ୍କ ପାଇଁ କେବଳ କିଛି ବ୍ୟକ୍ତିଗତ ରେକର୍ଡ ଅପେକ୍ଷା କରିଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଭାରତୀୟ ଦଳ ସବୁ ଦୁଃଖ ଭୁଲି ବିଶାଳ ସ୍କୋର କରିବାକୁ ପ୍ରୟାସ କରିବ । ନାମିବିୟା ପେସ୍‌ ବୋଲର ରୁବେନ ଟ୍ରମ୍ପେଲମାନ ଓ ଡେଭିଡ୍‌ ୱିସଙ୍କ ସୁଇଂ ବୋଲିଯ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ପରୀକ୍ଷା ହେବ ।

   Related Posts