ଇତିହାସ : ବାରବାଟୀରେ ଇଣ୍ଡିଆ-ଇଣ୍ଡିଜ୍ ମଧ୍ୟରେ ଖେଳାଯାଇଛି ୩ଟି ଦିନିକିଆ

Published By : Prameya-News7 Bureau | December 22, 2019 IST

କଟକ ୨୨।୧୨:  ବାରବାଟୀ ବହୁ ଅନ୍ତର୍ଜାତୀୟ କ୍ରିକେଟରଙ୍କ ପାଇଁ ସୁନାମ ଆଣିଛି । ଅନେକଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି ବାରବାଟୀ । କପିଲ ଦେବେ ଏଠାରେ ୩୦୦ ଟେଷ୍ଟ ୱିକେଟ୍ ହାସଲ କରିଥିବା ବେଳେ, ଦିଲ୍ଲୀପ ଭେଙ୍ଗସରକାର କ୍ୟାରିୟରର ସର୍ବାଧିକ ୧୬୬ ରନ୍ ସଂଗ୍ରହ କରିଛନ୍ତି ଏହି ପିଚ୍ ରେ । ଟେଷ୍ଟ, ଏକଦିବସୀୟ ଓ ଟି- ୨୦, ୩ଟି ଫର୍ମାଟରେ ଏଠି ଖେଳ ହୋଇଛି । ଏଠାକାର ପରିବେଶ, ଦର୍ଶକଙ୍କ ସପୋର୍ଟକୁ ବେଶ୍ ପସନ୍ଦ କରିଛନ୍ତି ବହୁ ଖେଳାଳି ଓ ଭାଷ୍ୟକାର ।

{"id":200901,"sizeSlug":"large"}

ବାରବାଟୀ ଷ୍ଟାଡିୟମର ଇତିହାସ ବେଶ୍ ପୁରୁଣା । ବାରବାଟୀରେ  କ୍ରିକେଟର ତିନିଟି ଫର୍ମାଟ- ଦିନିକିଆ, ଟେଷ୍ଟ ଏବଂ ଟି ଟ୍ବେଣ୍ଟି ଖେଳାଯାଇଛି । ଏବେ ସୁଦ୍ଧା ବାରବାଟୀରେ ୨୦ଟି ଦିନିକିଆ, ୨ଟି ଟେଷ୍ଟ ଏବଂ ୬ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳାଯାଇଛି। ଏହି ଗ୍ରାଉଣ୍ଡ ଭାରତ ପାଇଁ ଅନେକ ଥର ଲକି ସାବ୍ୟସ୍ତ ହୋଇଛି ।

{"id":200902,"sizeSlug":"large"}

ଜାନଆରୀ ୨୭, ୧୯୮୨ରେ ଭାରତ-ଇଂଲଣ୍ଡ ମଧ୍ୟରେ ବାରବାଟୀରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ୍ । ଯେଉଁଥିରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଥିଲା । ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା ମୁକାବିଲା । ସେହି ମ୍ୟାଚରେ ଭାରତୀୟ  ବ୍ୟାଟିଂ ଲିଜେଣ୍ଡ ଦିଲ୍ଲୀପ ଭେଙ୍ଗସରକାର ଟେଷ୍ଟ କ୍ୟାରିୟରର ସର୍ବାଧିକ ୧୬୬ ରନ  ହାସଲ କରିଥିଲେ। କ୍ରିକେଟ୍ ଲିଜେଣ୍ଡ କପିଲ ଦେବ କ୍ୟାରିୟରର ୩୦୦ତମ ଟେଷ୍ଟ ୱିକେଟ୍ ଏହି ମଇଦାନରେ ହାସଲ କରିଥିଲେ ।

{"id":200892,"sizeSlug":"large"}

ୱାନଡେରେ ବାରବାଟୀରେ ଟିମ୍ ଇଣ୍ଡିଆର ହାର୍ ଜିତ୍ ରେକର୍ଡ ୧୨-୪ ରହିଥିବା ବେଳେ ବାତିଲ୍ ହୋଇଛି ୨ଟି ମ୍ୟାଚ୍ । ଦିନିକିଆରେ ଭାରତର ସର୍ବାଧିକ ସ୍କୋର ୬ ୱିକେଟରେ ୩୮୧ ରନ୍ ରହିଛି । ସେହିପରି ଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ଭାବେ ମହମ୍ମଦ ଆଜାରୁଦ୍ଦିନଙ୍କ ୧୫୩ରନରେ ଅପରାଜିତ ରହିବା ଆଜି ବି ରେକର୍ଡ ହୋଇ ରହିଛି।

{"id":200883,"sizeSlug":"large"}

କେବଳ ଭାରତ-ୱେଷ୍ଟଇଣ୍ଡିଜ୍ ବାରବାଟୀରେ ୩ ଥର ମୁହାଁମୁହିଁ ହୋଇଛନ୍ତି । ତିନିଟି ଯାକ ମ୍ୟାଚ୍‌ରେ ବାଜି ମାରିଛି ଟିମ୍ ଇଣ୍ଡିଆ । ବାରବାଟୀରେ ସର୍ବନିମ୍ନ ଦଳଗତ ସ୍କୋର ମଧ୍ୟ ୱେଷ୍ଟଇଣ୍ଡିଜ୍ ନାଁରେ ରହିଛି । କାରବିଆନ୍ ଟିମ୍ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ବାରବାଟୀରେ ୧୨ଟି ଶତକ ସ୍କୋର ହୋଇଛି ।

{"id":200898,"sizeSlug":"large"}

ଏଥର ବି ବାରବାଟୀରେ ବ୍ୟାଟିଂ ପିଚ୍ ହୋଇଥିବାରୁ ପୁଣି ଥରେ ଭାରତୀୟ ବ୍ୟାଟସମ୍ୟାନମାନଙ୍କ କମାଲ୍ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.