୪ର୍ଥ ଟେଷ୍ଟ : ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ ଟିକେଟ୍ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଇଂଲଣ୍ଡ

Published By : Prameya-News7 Bureau | March 04, 2021 IST

ଅହମ୍ମଦାବାଦ ୦୪।୦୩:  ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟେଷ୍ଟ । ବିଶ୍ୱର ସର୍ବବୃହତ୍ତ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ଏହି ଷ୍ଟାଡିୟମରେ ଇଂଲଣ୍ଡକୁ ତୃତୀୟ ଟେଷ୍ଟରେ ୧୦ ୱିକେଟରେ ମାତ୍ ଦେଇଥିଲା। ଏଥିସହ ସିରିଜ୍ ରେ ୨-୧ରେ ଆଗୁଆ ରହିଛି ଭାରତ । ଏହି ମ୍ୟାଚ୍ ଡ୍ର ହେଲେ ବି ଭାରତ ସିରିଜ୍ ଜିତିନେବ ।

ସେହିପରି ଏବେ ବି ଭାରତ ଉପରୁକୁ ବିପଦ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଚତୁର୍ଥ ଟେଷ୍ଟରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ର ଫାଇନାଲ ଟିକେଟ୍ ବାଜିରେ ଲାଗିବ। କାରଣ ଏହି ମ୍ୟାଚ୍ ରେ ଭାରତ ପରାସ୍ତ ହେଲେ ଅଷ୍ଟ୍ରେଲିଆ ଫାଇନାଲ ଟିକେଟ୍ ହାସଲ କରିନେବାର ସମ୍ଭାବନା ରହିଛି । ଅତିକମରେ ଭାରତ ଏହି ମ୍ୟାଚ୍ କୁ ଡ୍ର ରଖିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନେବ।

ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍ ରେ ହାରିବା ପରେ ଫାଇନାଲ ଟିକେଟ୍ ରୁ ବାଦ୍ ପଡ଼ିଛି। ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରି ଦଳ ସିରିଜ୍ କୁ ୩-୧ରେ ଜିତିବା ସହ ଟେଷ୍ଟ ଚାମ୍ପିୟନଶିପ୍ ଖେଳିବାକୁ ଯୋଗ୍ୟତା ହାସଲ କରିବା ହିଁ ବିରାଟ ବାହିନୀର ଏକମାତ୍ର ଲକ୍ଷ୍ୟ। ତେବେ ଏହି ମ୍ୟାଚ୍ ରେଡ୍ ବଲ୍ ରେ ଖେଳାଯିବ ଏବଂ ଭାରତୀୟ ସମୟ ସକାଳ ୯ ଟା ୩୦ରୁ ମ୍ୟାଚ୍ ଆରମ୍ଭ ହେବ। ପୁଣି ଥରେ ପିଚ୍ କ୍ୟୁରେଟର ଟର୍ଣ୍ଣି ଟ୍ରାକ୍ ପ୍ରସ୍ତୁତ କରିଥିବା ସୂଚନା ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.