Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

FIH ହକି ପ୍ରୋ-ଲିଗ୍ : ଆଜି ବେଲ୍‌ଜିୟମ୍‌କୁ ଭେଟିବ ଭାରତ

8/02/2020 at 8:26 AM

ଭୁବନେଶ୍ବର ୦୮।୦୨: ଏଫ୍ଆଇଏଚ୍  ହକି ପ୍ରୋ-ଲିଗ୍ ।  ଏକ ନମ୍ବର ବେଲ୍ ଜିୟମକୁ ଆଜି ଭେଟିବ ଭାରତ । ଏଫ୍ ଆଇଏଚ୍  ହକି ପ୍ରୋ-ଲିଗ୍  ପ୍ରତିଯୋଗିତାରେ ଚଳିତ ବର୍ଷ ପଦାର୍ପଣ କରିଥିବା ଭାରତ ଆଜି କଳିଙ୍ଗ  ଷ୍ଟାଡିୟମରେ ନିଜର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍  ଖେଳିବାକୁ ଯାଉଛି। ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ମୁକାବିଲାର ଦୁଇଟି ଯାକ ମ୍ୟାଚ୍ ରେ ବିପକ୍ଷ ନେଦରଲାଣ୍ଡକୁ ହରାଇ ପଦାର୍ପଣକୁ ସ୍ମରଣୀୟ କରିଥିଲା ଘରୋଇ ଦଳ। ଏଥର ଏହି ଦଳ ସମ୍ମୁଖରେ ରହିଛି ବିଶ୍ବର ଏକ ନମ୍ବର ଦଳ ବେଲ୍ ଜିୟମ।

ଘରୋଇ ମାଟିରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡକୁ ମାତ୍  ଦେଇଥିବାରୁ         ବେଲ୍‌ଜିୟମକୁ ଟକ୍କର ଦେବାକୁ ଭାରତ ପୂରା ପ୍ରସ୍ତୁତ ରହିଛି। ଭାରତ ପ୍ରୋ-ଲିଗ୍ ରେ ଦୁଇ ମ୍ୟାଚ୍  ଖେଳି ୫ ପଏଣ୍ଟ୍  ସହ ତାଲିକାର ପଞ୍ଚମରେ ଏବଂ ବେଲ୍ ଜିୟମ ୪ ମ୍ୟାଚ୍ ରୁ ୧୧ ପଏଣ୍ଟ୍  ପାଇ ଶୀର୍ଷରେ ରହିଛି। କଳିଙ୍ଗ ଭାରତର ଘରୋଇ ପଡ଼ିଆ ହେଲେ ମଧ୍ୟ ବେଲ୍ ଜିୟମ ପାଇଁ ଶୁଭ ରହିଛି। ଏହିଠାରେ ବେଲ୍ ଜିୟମ ୨୦୧୮ ବିଶ୍ବକପ୍  ବିଜେତା ହୋଇଥିଲା। ଫଳରେ ଭୁବନେଶ୍ବର ଦର୍ଶକ ଚଳିତ ସପ୍ତାହରେ ଦୁଇଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍  ଦେଖିବାକୁ ପାଇବେ ।

   Related Posts