ଗୋଲାପି ବଲରେ ଖେଳାଯିବ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ : ଜାଣନ୍ତୁ କାହିଁକି ଭିନ୍ନ ଲାଲ ବଲଠାରୁ

Published By : Prameya-News7 Bureau | November 02, 2019 IST

ଟେଷ୍ଟ କ୍ରିକେଟ କୌଣସି ଚ୍ୟାଲେଞ୍ଜରୁ କମ୍ ନୁହେଁ, କିନ୍ତୁ ଯେତେବେଳେ ଟେଷ୍ଟ କ୍ରିକେଟ ଫ୍ଲଡ ଲାଇଟରେ ଏବଂ ଗୋଲାପି ବଲରେ ଖେଳାଯିବ ତେବେ ଚ୍ୟାଲେଞ୍ଜ ଆହୁରି ବଢ଼ିଯିବ। ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ନଭେମ୍ବର ୨୨ତାରିଖରୁ ୨୬ତାରିଖ ଯାଏଁ କୋଲକାତାରେ ପ୍ରଥମ ଥର ଡେ-ନାଇଟ୍ ଟେଷ୍ଟ ଖେଳ ଖେଳାଯିବ।

{"id":177969}

ଏହି ସବୟରେ ଗୋଲାପି ବଲ୍ ସବୁଠୁ ବେଶୀ ଚର୍ଚ୍ଚାରେ ରହିଛି। କାରଣ ଏହି ବଲରେ ଭାରତରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେ ଏହି ବଲ୍ କିପରି ଖେଳ ଦେଖାଇବ। ବିସିସିଆଇ ଏସଜି କମ୍ପାନୀକୁ ଭାରତ ଏବଂ ବାଙ୍ଗଲାଦେଶ ମ୍ୟାଚ୍ ପାଇଁ ୭୨ଟି ଗୋଲାପି ବଲ୍ ପ୍ରସ୍ତୁତ କରିବାର ଆଦେଶ ଦେଇଛି। ଏହି କମ୍ପାନୀ ଭାରତରେ ହେବାକୁ ଥିବା ଘରୋଇ ଏବଂ ଟେଷ୍ଟ ମ୍ୟାଚ୍ ପାଇଁ ବଲ୍ ପ୍ରସ୍ତୁତ କରିଥାଏ।

{"id":177970,"width":588,"height":390}

ବଲ୍ ପ୍ରସ୍ତୁତ କରୁଥିବା ଏକ୍ସପର୍ଟଙ୍କ କହିବାନୁସାରେ, ‘ଲାଲ ବଲ୍ ଗାଢ଼ ରଙ୍ଗର ହୋଇଥାଏ, ଏହା ଦ୍ବାରା ଖେଳାଳୀଙ୍କୁ ବଲକୁ ଚମକାଇବାରେ ସହଜ ହୋଇଥାଏ ଯାହା ଫଳରେ ବୋଲର ସାରା ଦିନ ବଲକୁ ସ୍ବିଙ୍ଗ କରି ପାରିବେ। ’

{"id":177971,"width":589,"height":295}

ଏହା ସହିତ ବଲର ସିମ ମଧ୍ୟ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏକ୍ସପର୍ଟଙ୍କ କହିବାନୁସାରେ ଏହି ବଲର ସିମ୍ ପରମ୍ପରା ସହ ଜଡ଼ିତ ହେବ।

{"id":177973}

ନାରଙ୍ଗୀ ଏବଂ ହଳଦିଆ ରଙ୍ଗ ହେବା ପରେ ଶେଷରେ ଗୋଲାପି ରଙ୍ଗ ହେବା ପାଇଁ ସହମତି ପ୍ରକାଶ ପାଇଛି। ପୁରୁଣା ରଙ୍ଗଗୁଡ଼ିକୁ ଟିଭି କ୍ୟାମେରା ଠିକ ଭାବେ ଦେଖାଇ ପାରିନଥାଏ ଏବଂ ଏହା ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଆରମ୍ଭରୁ ଏହାର ବାହାରର ସିଲେଇ ସବୁଜ ରଙ୍ଗର ଥିଲା। କିନ୍ତୁ ଖେଳାଳୀଙ୍କ ଫିଡବ୍ୟାକ୍ ପରେ ଏହାକୁ କଳା ରଙ୍ଗ କରାଯାଇଥିଲା।

{"id":177974}

ଏହାକୁ ପ୍ରସ୍ତୁତ କରିବାର ପଦ୍ଧତି ଲାଲ ବଲ୍ ଭଳି ହୋଇଥାଏ। ଏଥିରେ କର୍କ,ରବର ଏବଂ ଉଲରେ ହୋଇଥାଏ। ଲାଲ ବଲକୁ ଗ୍ରୀସରେ ବୁଡ଼ାଯାଇଥାଏ ଫଳରେ ଏଥିରେ ପାଣି ଯେପରି ନ ପଶିପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.