ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳାର କ୍ରୀଡାସୂଚୀ ଘୋଷିତ, ଜାଣନ୍ତୁ କେବେ ଏବଂ କେଉଁଠି ଖେଳାଯିବ ମ୍ୟାଚ୍

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭।୦୫: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା କାର୍ଯ୍ୟକ୍ରମ ଘୋଷଣା ହୋଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳାର କ୍ରୀଡାସୂଚୀ ଜାରି କରିଛି। ଏହା ଅନୁଯାୟୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଚାରି ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡିସେମ୍ବର ୩ରେ ବ୍ରିସବେନରେ ଖେଳାଯିବ। ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଏଥର ପର୍ଥରେ ଟେଷ୍ଟ ମ୍ୟାଚ୍ ଖେଳାଯିବ ନାହିଁ। ଗତ ଗସ୍ତରେ ଭାରତ ଏହି ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଥିଲା। ଉଲ୍ଲେଖନୀୟ ୨୦୧୮-୧୯ରେ ଭାରତ ଅଷ୍ଟ୍ରେଲିଆକୁ ତାରି ମାଟିରେ ପ୍ରଥମ ଥର ହରାଇଥିଲା। ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ଘରୋଇ ଦଳ ବିପକ୍ଷରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା।

ଟେଷ୍ଟ ଶୃଙ୍ଖଳାର କାର୍ଯ୍ୟକ୍ରମ

କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଜାରି କ୍ରୀଡାସୂଚୀ ଅନୁଯାୟୀ ପ୍ରଥମ ଟେଷ୍ଟ ଡିସେମ୍ବର ୩ରେ ବ୍ରିସବେନ୍‌ରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଡିସେମ୍ଵର ୧୧ରେ ଆଡିଲେଡ୍, ତୃତୀୟ ଟେଷ୍ଟ ଡିସେମ୍ବର ୨୬ରେ ମେଲବର୍ଣ୍ଣରେ ଖେଳାଯିବ। ଏହି ପରି ଶୃଙ୍ଖଳାର ଶେଷ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୩ରେ ସିଡନୀରେ ଖେଳାଯିବ।

{"id":276883,"sizeSlug":"large"}

ଭାରତ ସମ୍ମୁଖରେ ମୁସ୍କିଲ ଚ୍ୟାଲେଞ୍ଜ

ଭାରତକୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବ୍ରିସବେନରେ ଖେଳିବାକୁ ପଡିବ। ଏଠାରେ ବିରାଟବାହିନୀ ଲାଗି ମ୍ୟାଚ୍‌ ଖେଳିବା କୌଣସି ପରୀକ୍ଷାଠୁ କମ୍ ନୁହେଁ। କାରଣ ଅଷ୍ଟ୍ରେଲିଆ ଏହି ପଡିଆରେ ୧୯୮୮ରୁ ହାରି ନାହିଁ। ଏହା ପରେ ଭାରତ ଆଡିଲେଡ୍‌ରେ ଦ୍ଵିତୀୟ  ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍‌ ଦିବାରାତ୍ର ହେବ ଯାହା ଭାରତ ଲାଗି ଦ୍ଵିତୀୟ ଦିବାରାତ୍ର ମ୍ୟାଚ୍ ହେବ। ଭାରତ ବାଂଲାଦେଶ ବିପକ୍ଷରେ କୋଲକାତାରେ ଏକ ମାତ୍ର ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ପାଖରେ ୮ଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାର ଅନୁଭବ ରହିଛି। କେବଳ ଏତିକି ନୁହେଁ ଘରୋଇ  କଙ୍ଗାରୁ ଦଳ ଗୋଟିଏ  ହେଲେ ଦିବାରାତ୍ର ମ୍ୟାଚ୍ ହାରି ନାହିଁ। ଅଷ୍ଟ୍ରେଲିଆ ୭ଟି ଦିବାରାତ୍ର ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି। ତେଣୁ ପ୍ରଥମ ଦୁଇଟି ମ୍ୟାଚ୍‌ ଭାରତ ଲାଗି ବହୁତ ମୁସ୍କିଲ ରହିଛି। ଯଦି ଏହି ଦୁଇଟି ମ୍ୟାଚ୍‌ର ଫଳାଫଳ ଭାରତ ସପକ୍ଷରେ ନଯାଏ ତେବେ ଦଳ ଶୃଙ୍ଖଳା  ହାତେଇବା କଷ୍ଟକର ହୋଇଯିବ।

{"id":276884,"sizeSlug":"large"}

ଷ୍ଟିଭ୍ ସ୍ମିଥ ଓ ଓ୍ଵାର୍ଣ୍ଣର

ଭାରତ ୨୦୧୮-୧୯ରେ ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତିଥିଲା। କିନ୍ତୁ ଉଲ୍ଲେଖନୀୟ କଥା ଉକ୍ତ ଶୃଙ୍ଖଳାରେ ଷ୍ଟିଭ୍ ସ୍ମିଥ୍‌ ଓ ଡେଭିଡ୍ ଓ୍ଵାର୍ଣ୍ଣର ଖେଳିନଥିଲେ। ଏହି ଦୁଇ ଖେଳାଳି ବଲ୍‌ ଟାମ୍ପରିଂ ମାମଲାରେ ଗୋଟିଏ ବର୍ଷ କ୍ରିକେଟ୍‌ରୁ  ବାସନ୍ଦ ହୋଇଥିଲେ। ଫଳରେ ଘରୋଇ ଦଳକୁ ପ୍ରଥମ ଥର ଭାରତ ହାତରୁ ଶୃଙ୍ଖଳା ହାରିବାକୁ ପଡିଥିଲା। କିନ୍ତୁ ଏବେ ଦୁଇ ଖେଳାଳିଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆକୁ ତାରି ମାଟିରେ ହରାଇବା ସହଜ ହେବ ନାହିଁ। କିନ୍ତୁ ଏହା ଅସମ୍ଭବ ବି ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.