ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ଆରମ୍ଭ

Published By : Prameya-News7 Bureau | November 21, 2018 IST

ବ୍ରିସବେନ ୨୧|୧୧: ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ଟି-୨୦ ସିରିଜ ଆରମ୍ଭ ହେଉଛି । ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ବ୍ରିସବେନରେ ହେବ । ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଶୃଙ୍ଖଳା ଆରମ୍ଭ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲ୍ଲା ଭାରି ରହିଛି । ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଟି-୨୦ ଶୃଙ୍ଖଳାକୁ ୩-୦ରେ ଜିତିଥିଲା । ଏହା ସହ ଭାରତୀୟ ଦଳ ୨୦୧୭ ନଭେମ୍ଵରରୁ ଏ ପର୍ଯ୍ୟନ୍ତ ସାତୋଟି ଟି-୨୦ ଶୃଙ୍ଖଳା ଜିତିଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳରେ ବିଶ୍ରାମ ନେଇଥିବା ଅଧିନାୟକ ବିରାଟ କୋହଲି ଦଳକୁ ଫେରିଛନ୍ତି। ତାଙ୍କର ପ୍ରତ୍ୟାବର୍ତ୍ତନ ପରେ ଦଳ ଆହୁରି ମଜବୁତ ହୋଇଛି।  ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ,  କେଏଲ ରାହୁଲ, ଋଷଭ ପନ୍ତ, ଦିନେଶ କାର୍ତିକ, କୃଣାଲ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲଙ୍କୁ ଟି-ଟ୍ବେଣ୍ଟି ସିରିଜ ପାଇଁ ଚୟନ କରାଯାଇଛି । ସେପଟେ କଙ୍ଗାରୁ ଟିମ ଘରୋଇ ପିଚରେ ଖେଳୁଥିବାରୁ କିଛି ବି ଚତ୍ମକାର ଦେଖାଇପାରେ । ତେଣୁ କ୍ୟାପଟେନ ଆରୋନ ଫିଞ୍ଚଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆକୁ ହରାଇବା ପାଇଁ ଜୋରଦାର ପ୍ରୟାସ କରିବ କଙ୍ଗାରୁ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.