ଆଡିଲେଡ୍ ବଦଲା ମେଲବର୍ଣ୍ଣରେ ! ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ, ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି କଙ୍ଗାରୁ ଦଳ

Published By : Prameya-News7 Bureau | December 28, 2020 IST

ମେଲବର୍ଣ୍ଣ ୨୮/୧୨ :  ଟିମ ଇଣ୍ଡିଆ ମେଲବର୍ଣ୍ଣ ଟେଷ୍ଟରେ ବିଜୟର ନିକଟତର ହୋଇଛି । ପ୍ରଥମ ମ୍ୟାଚରେ କୋହଲିଙ୍କୁ ଲାଗିଥିବା ଝଟକାକୁ ଦ୍ବିତୀୟ ମ୍ୟାଚ୍‌ ଜିତି ବଦଲା ନେବାକୁ ଚାହୁଁଛନ୍ତି ଆଜିଙ୍କ୍ୟ ରାହାଣେ । ଆଡିଲେଡ୍ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ, ଭାରତକୁ ୩୬ ରନରେ ଅଲଆଉଟ କରି ମ୍ୟାଚକୁ ୮ ଓ୍ବିକେଟରେ ଜିତି ନେଇଥିଲା​‌ । ତେବେ ଦ୍ବିତୀୟ ଟେଷ୍ଟରେ ଏହାର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ ।

{"id":383878,"sizeSlug":"large","linkDestination":"none"}

ପ୍ରଥମ ଇଂନିସରେ ଭଲ ଲିଡ୍ ପରେ ବୋଲରଙ୍କ ଧମାକାଦାର ପ୍ରଦର୍ଶନ ବଳରେ ଭାରତ ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବ୍ୟାକଫୁଟ୍‌କୁ ଠେଲି ଦେଇଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତକୁ ପ୍ରାରମ୍ଭିକ ଝଟକା ଲାଗିବା ସତ୍ତ୍ୱେ ଅଧିନାୟକ ଆଜିଙ୍କ୍ୟ ରାହାଣେ(୧୧୨ ରନ)ଙ୍କ ଲଢୁଆ ଶତକୀୟ ଇନିଂସ ଓ ରବିନ୍ଦ୍ର ଜାଡେଜା(୫୭ ରନ)ଙ୍କ ଅର୍ଦ୍ଧଶତକ ବଦଳରେ ଭାରତ ଅଷ୍ଟ୍ରେଲିଆଠୁ ୧୩୧ ରନ୍ ଆଗରେ ରହିଥିଲା । ଭାରତ ପ୍ରଥମ ଇନିଂସରେ ୩୨୬ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

{"id":383879,"sizeSlug":"large","linkDestination":"none"}

ଦ୍ୱିତୀୟ ଇନିଂସ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ସ୍କୋର ୪ ରନ୍ ଥିବା ବେଳେ ଜୋଏ ବର୍ଣ୍ଣସ୍ ଆଉଟ ହୋଇଥିଲେ । ଏକଦା ୯୮/୩ ଓ୍ବିକେଟ ହରାଇଥିବା ଅଷ୍ଟ୍ରେଲିଆ ମାଥ୍ୟୁ ଓ୍ୱାଡେ (୪୦), ଟ୍ରାଭିସ୍ ହେଡ୍ (୧୭) ଓ ଅଧିନାୟକ ଟିମ୍ ପେନ୍ ୧ ରନ୍ କରି ଆଉଟ ହେବା ପରେ ଅଷ୍ଟ୍ରେଲିଆର ସ୍କୋର ୯୯/୬ ହୋଇଯାଇଥିଲା । ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା କେମରନ୍ ଗ୍ରୀନ (୧୭) ଓ ପ୍ୟାଟ୍ କମିନ୍ସ (୧୫) ରନ କରି ଅପରାଜିତ ଅଛନ୍ତି ।

{"id":383880,"sizeSlug":"large","linkDestination":"none"}

ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରମାନେ କଙ୍ଗାରୁ ବ୍ୟାଟ୍ସମ୍ୟାନମାନଙ୍କ ଉପରେ ଭାରି ପଡିଥିଲେ ।  ରବିନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଜଶପ୍ରୀତ ବୁମରାହ, ଉମେଶ ଯାଦବ, ମହମ୍ମଦ ସିରାଜ ଓ ରବିଚନ୍ଧ୍ରନ ଅଶ୍ୱିନୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ଭାରତ ପାଇଁ ଆଉ ଏକ ଚିନ୍ତାର କାରଣ ହେଉଛି ସ୍ପିଡ୍ ଷ୍ଟାର ଉମେଶ ଯାଦବ ବର୍ତ୍ତମାନ ଆହତ ହୋଇଛନ୍ତି । ବୋଲିଂ କରୁଥିବା ସମୟରେ ମାଂସପେଶୀରେ ଆହତ କାରଣରୁ ପଡିଆ ଛାଡିଥିଲେ ଉମେଶ ଯାଦବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.