ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିବା ରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି କରୁଛି ସି.ଏ. ; ଆଡିଲେଡରେ କରୋନା ସଂକ୍ରମଣ ବଢୁଥିବାରୁ କ୍ରିକେଟ ଅଷ୍ଟ୍ରେଲିଆର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭/୧୧ : ଆଡିଲେଡରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଛି । ତେବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବା କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଛି । ଏହାରି ଭିତରେ କ୍ରିକେଟର ଅଷ୍ଟ୍ରେଲିଆ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି । କରୋନା ମହାମାରୀ  ଚାଲିଥିଲେ ସୁଦ୍ଧା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଡିଲେଡରେ ହିଁ ଖେଳାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି । ଏହି ମ୍ୟାଚ ଦିବା-ରାତ୍ର ହେବା ନେଇ ସୂଚନା ଦେଇଛି ସିଏ । ଏକ ରିପୋର୍ଟ ଅନୂଯାୟୀ ଆଡିଲେଡରେ ଅଚାନକ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ହେବା ନେଇ ଯେଉଁ ଆଶଙ୍କା​ ଦେଖାଯାଇଥିଲ ତାହାକୁ‌ ଦୂର କରିଛି କ୍ରିକେଟ ଅଷ୍ଟ୍ରେଲିଆ । ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଐତିହାସିକ ପ୍ରଥମ ଦିବା-ରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଥିବା ସିଏ କହିଛି ।  

{"id":363158,"sizeSlug":"large"}

ସୂଚନା ଅନୁସାରେ ଆଡିଲେଡରେ କରୋନା ସଂକ୍ରମଣ ବଢୁଥିବାରୁ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ହଟ ସ୍ପଟ୍ ଘୋଷଣା କରାଯାଇଛି । କେବଳ ସୋମବାର ଦିନ ଆଡିଲେଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ରୁ ବଢି ୧୮ରେ ପହଞ୍ଚିଛି । ଆଡିଲେଡରେ ଖେଳାଯାଇଥିବା ମାର୍ଶ ସେଫିଲ୍ଡ୍ ସିଲ୍ଡ୍ ମ୍ୟାଚରେ ଭାଗ ନେଇଥିବା ଓ୍ବେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର କିଛି ଖେଳାଳୀ ମାନଙ୍କୁ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହାର ମାନେ ହେଉଛି ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପେନ ଏବଂ ଓ୍ବିକେଟକିପର ମ୍ୟାଥ୍ୟୁ ଓ୍ବେଡଙ୍କୁ ଏବଂ ଆଉ କିଛି ଖେଳାଳୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

{"id":363159,"sizeSlug":"large"}

ଭାରତୀୟ ଟିମ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟାଇନରେ ରହିଛି । ୨୭ ନଭେମ୍ବରରେ ହେବାକୁ ଥିବା ଦିନିକିଆ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସମସ୍ତଙ୍କ କ୍ବାରେଣ୍ଟାଇନ୍ ପିରିୟଡ ଶେଷ ହେବ । ଏହାରି ମଧ୍ୟରେ ଭଲ ଖବର ହେଉଛି ନ୍ୟୁ ସାଉଥ ଓ୍ବେଲ୍ସ ଏବଂ ବିକ୍ଟୋରିଆ ନିଜ ନିଜ ରାଜ୍ୟର ସୀମା ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବିକ୍ଟୋରିଆ ରାଜ୍ୟରେ ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବାରୁ ମ୍ୟାଚକୁ ନେଇ ସେଭଳି କୌଣସି ଅସୁବିଧା ହେବନି ସ୍ପଷ୍ଟ କରାଯାଇଛି । ଏହାର ମାନେ ହେଉଛି ଆଡିଲେଡ୍ ଟେଷ୍ଟ ଶେଷ ହେବା ପରେ ଖେଳାଳୀ ମାନେ ବିକ୍ଟୋରିଆର ମେଲବର୍ଣ୍ଣ ହେବାକୁ ଥିବା ମ୍ୟାଚ ପାଇଁ ଯାତ୍ରା କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.