ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଶକ୍ତି ପରୀକ୍ଷା, ଶେଷ ଦିନିକିଆରେ କିଏ ହାତେଇବ ସିରିଜ୍

Published By : Prameya-News7 Bureau | March 13, 2019 IST

ଦିଲ୍ଲୀ ୧୩|୩ : ଆଜି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ । ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମଠାରେ ଦିନ ୧.୩୦ ମିନିଟରେ ଏହି ହାଇଭୋଲ୍ଟଟେଜ୍ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଏବେ ୨-୨ରେ ବରାବର ରହିଥିବାରୁ ଆଜି ମ୍ୟାଚର ଫଳାଫଳ କହିବ, କିଏ ହାତେଇବ ସିରିଜ । ପ୍ରଥମ ଦୁଇଟି ଦିନିକିଆରେ ବିରାଟ ବାହିନୀ ବାଜି ମାରିଥିବା ବେଳେ, ତୃତୀୟ ଏବଂ ଚତୁର୍ଥ ମ୍ୟାଚରେ ରୋମାଞ୍ଚକର ଭାବେ ବିଜୟ ଲାଭ କରିଥିଲା ଅଷ୍ଟ୍ରେଲିଆ । ବିଶ୍ୱକପ ପୂର୍ବରୁ ଆଜିର ମ୍ୟାଚ ଟିମ୍ ଇଣ୍ଡିଆ ପାଇଁ ଶେଷ ଦିନିକିଆ ମ୍ୟାଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.