ସିଡନୀରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲା ; ଚେତେଶ୍ବର ପୂଜାରାଙ୍କ ଅର୍ଦ୍ଧଶତକ

Published By : Prameya-News7 Bureau | January 03, 2019 IST

ସିଡନୀ ୦୩|୦୧: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ସିଡନୀ କ୍ରିକେଟ୍ ପଡ଼ିଆରେ ଚାଲିଛି । ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଭାରତ ସିଡନୀରେ ବିଜୟ ବାନା ଉଡ଼ାଇ ପାରିଲେ କିମ୍ବା ଏହି ମୁକାବିଲାକୁ ଅମୀମାଂସିତ ରଖିପାରିଲେ କୋହଲିଙ୍କ ଦଳ ଅଷ୍ଟ୍ରେଲିଆରେ ଟେଷ୍ଟ୍  ଶୃଙ୍ଖଳା ଜିତିବାର ବିରଳ ସଫଳତା ଲାଭ କରିବ। ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟ ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ ପରେ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ଫର୍ମ ବଜାୟ ରଖି ପୁଣି ଥରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

{"id":69898}

କଙ୍ଗାରୁ ମାଟିରେ କଙ୍ଗାରୁଙ୍କୁ ହରାଇବାରେ ପ୍ରଥମ ଭାରତୀୟ ଦଳ ହେବ। ଅଷ୍ଟ୍ରେଲିଆରେ ଟେଷ୍ଟ୍ ଶୃଙ୍ଖଳା ଜିତିବାରେ ବିରାଟ ମଧ୍ୟ ବ୍ୟକ୍ତିଗତ ଭାବେ ପ୍ରଥମ ଭାରତୀୟ ଅଧିନାୟକ ହେବାର ଗୌରବ ଅର୍ଜନ କରିବେ। ହେଲେ ବିଡ଼ମ୍ବନାର ବିଷୟ ଯେ ଭାରତ ୧୯୭୮ ମସିହା ପରେ ସିଡନୀରେ ଗୋଟିଏ ହେଲେ ବି ଟେଷ୍ଟ୍  ମ୍ୟାଚ୍ ଜିତିନାହିଁ। ଅନ୍ୟପକ୍ଷରେ ଶୃଙ୍ଖଳା ବଞ୍ଚାଇବା ଲାଗି ସିଡ୍ ନି ଲଢ଼େଇ ଘରୋଇ ଅଷ୍ଟ୍ରେଲିଆ ପାଇଁ ‘କର ବା ମର’ ହୋଇଛି। ଚାରି ଟିକିଆ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ଥିବାରୁ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ଜିତିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.