ମେଲବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ; ସିରିଜରେ ଆଗୁଆ ରହିବାକୁ ଉଭୟ ଦଳର ଲକ୍ଷ୍ୟ

Published By : Prameya-News7 Bureau | December 26, 2018 IST

ମେଲବୋର୍ଣ୍ଣ ୨୬|୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଚି ବକ୍ସିଂ ଡେ ଟେଷ୍ଟ । ଭାରତ ପ୍ରଥମେ ଟସ୍ ଟିଜିତି ବ୍ୟାଟିଂ କରୁଛି । ଦଳ ଏବେ ସୁଦ୍ଧା ଗୋଟିଏ ୱିକେଟ୍  ହରାଇ କରିଛି ୧୦୦ ରନ୍  । ଓପନିଂ କରିଥିବା ହନୁମା ବିହାରୀ ମାତ୍ର ୮ ରନ୍ କରି ଆଉଟ୍ ହୋଇଛନ୍ତି । ମୟଙ୍କ ଅଗ୍ରୱାଲ୍ ଅର୍ଦ୍ଧ ଶତକ କରି ଖେଳୁଥିବା ବେଳେ ତାଙ୍କ ସହ ଅଛନ୍ତି ଚେତେଶ୍ବର ପୂଜାରା । ୪ ଟିକିଆ ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ସିରିଜ ଏବେ ୧-୧ରେ ବରାବର ରହିଛି । ଆଡିଲେଡ୍ ଟେଷ୍ଟକୁ ୩୧ ରନରେ ଜିତି ଟିମ୍ ଇଣ୍ଡିଆ ସିରିଜରେ ଆଗୁଆ ରହିଥିଲା । ହେଲେ ପର୍ଥରେ ଅଷ୍ଟ୍ରେଲିଆଠାରୁ ୧୪୬ ରନରେ ହାରିଯାଇଥିଲା ଭାରତ । ତେଣୁ ମେଲବୋର୍ଣ୍ଣ ଟେଷ୍ଟ ଜିତି ସିରିଜରେ ଆଗୁଆ ରହିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ମେଲବୋର୍ଣ୍ଣ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ୨ ଓପନର କେ.ଏଲ୍. ରାହୁଲ  ଓ ମୁରଲି ବିଜୟଙ୍କୁ ବାଦ୍ ଦେଇଛି । ମୟଙ୍କ ଅଗ୍ରୱାଲ ଓ ହନୁମା ବିହାରି ଆଜି  ଭାରତ ପାଇଁ ମ୍ୟାଚ୍ ଓପନ କରିଥିଲେ । ସେପଟେ ଫିଟ୍ ଘୋଷିତ ରୋହିତ ୬ ନମ୍ବରରେ ବ୍ୟାଟିଂ କରିବା ନିଶ୍ଚିତ ହୋଇଛି । ଆହତ ସମସ୍ୟାରୁ ମୁକୁଳିନଥିବା ଅଶ୍ବିନଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜା ଖେଳୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.