Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ : ଉଭୟ ଟିମ୍‌ରେ ହେବ ପରିବର୍ତ୍ତନ, ସମ୍ମାନ ବଞ୍ଚାଇବାକୁ ଟିମ୍‌ ଇଣ୍ଡିଆ ଆଗରେ ଶେଷ ସୁଯୋଗ

2/12/2020 at 8:09 AM

ସିଡ୍‌ନୀ ୦୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ମାନେ ବୁଧବାର ଦିନ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ । ଅଷ୍ଟ୍ରେଲିଆର କାନ୍‌ବେରାରେ ଏହି ମ୍ୟାଚ୍‌ ଖେଳାଯିବ । ପୂର୍ବ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇ ଟିମ୍‌ ଇଣ୍ଡିଆ ପ୍ରଥମରୁ ସିରିଜ୍‌ ହାତ ଛଡା କରିସାରିଛି । ତେବେ ଶେଷ ମ୍ୟାଚ୍‌ ଜିତି ନିଜ ସମ୍ମାନ ରକ୍ଷାକରିବାକୁ ଟିମ୍‌ ଇଣ୍ଡିଆ ଚେଷ୍ଟ କରିବ । ସେପଟେ ଅଷ୍ଟ୍ରେଲିଆ ଟିମ୍‌ ସିରିଜର ଶେଷ ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ ସ୍ୱିପ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ଦଳର ଷ୍ଟାର ଖେଳାଲି ଓ୍ୱାର୍ଣ୍ଣର ଆହତ ଜନିତ ସମସ୍ୟା ପାଇଁ ଟିମ୍‌ରୁ ବାହାର ହୋଇଛନ୍ତି । ତାଙ୍କ ସ୍ଥାନରେ ଟିମ୍‌ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ରହିଛନ୍ତି ଅଧିନାୟକ । କିନ୍ତୁ ଏପଟେ ଭାରତୀୟ ଅଧିନାୟକ ସିରିଜର ଶେଷ ମ୍ୟାଚ୍‌ରେ କିଛି ନୂଆ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇପାରନ୍ତି ।

ସିରିଜର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ୨ରୁ୩ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇପାରେ । ସ୍ପିନ ବୋଲର ଚହଲ ପୂର୍ବ ୨ଟି ମୁକାବିଲାରେ ବେଅସର ରହିଛନ୍ତି । ସେ ଗତ ମ୍ୟାଚ୍‌ରେ ଅଧିକ ରନ୍ ମଧ୍ୟ ଦେଇଛନ୍ତି । ତେଣୁ ଚହଲଙ୍କ ସ୍ଥାନରେ କୁଲଦୀପଙ୍କୁ ସୁଯୋଗ ଦିଆଯାଇପାରେ , କାହିଁକି ନା ଅଷ୍ଟ୍ରେଲିଆ ମାଟିରେ କୁଲଦୀପଙ୍କ ନାଁର ହ୍ରାଟିକ୍ ଓ୍ୱିକେଟ ନେବାର ରେକର୍ଡ ରହିଛି । ସେହିପରି ନବଦୀପ ସାଇନୀ ମଧ୍ୟ ତୃତୀୟ ଦିନିକିଆରୁ ବାଦ୍‌ ପଡିବା ସୁନିଶ୍ଚିତ । ସାଇନି ପୂର୍ବରୁ ୨ଟି ମ୍ୟାଚ୍‌ରେ ବୋଲିଂ କରି ୧ମ ମ୍ୟାଚ୍‌ରେ ୧୦ ଓଭରରେ ୮୩ ରନ୍‌ ଏବଂ ୨ ୟ ମ୍ୟାଚ୍‌ରେ ୭ ଓଭରରେ ୭୦ରନ୍‌ ଦେଇଛନ୍ତି । ତେଣୁ ସାଇନିଙ୍କ ସ୍ଥାନରେ ଯୁବ ବୋଲର ଟି.ନଟରାଜନଙ୍କୁ ସ୍ଥାନ ଦିଆଯାଇପାରେ । ଯଦି ଟି.ନଟରାଜନ ଆଜି ଖେଳନ୍ତି, ତେବେ ତାଙ୍କର ଏହା ଅନ୍ତର୍ଜୀତୀୟ କ୍ରିକେଟ୍‌ରେ ପଦାର୍ପଣ କରିବେ । କିନ୍ତୁ ସାଇନିଙ୍କ ସ୍ଥାନରେ ଶର୍ଦୁଲ ଠାକୁର ମଧ୍ୟ ଖେଳିବା ନେଇ ସମ୍ଭାବନା ରହିଛି । ଏହାସହିତ ଦଳର ଓପନିଂ ଯୋଡ଼ିରେ ମଧ୍ୟ ଟିମ୍‌ ଇଣ୍ଡିଆ ପରିବର୍ତ୍ତନ କରିବା ଉପରେ ବିଚାର ଚାଲିଛି । ମୟଙ୍କ ଅଗ୍ରଓ୍ୱାଲ୍‌ଙ୍କ ୨ଟି ମୁକାବିଲାରେ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ତାକୁ ଲମ୍ବା ପାରିରେ ପରିଣତ କରିପାରିନଥିଲେ । ମୟଙ୍କ ଅଗ୍ରଓ୍ୱାଲ୍‌ଙ୍କ ସ୍ଥାନରେ ଶୁଭମନ୍‌ ଗିଲ୍‌ଙ୍କୁ ସ୍ଥାନରେ ମିଳିବାର ସମ୍ଭାବନା ରହିଛି ।

ସେପଟେ ଅଷ୍ଟ୍ରେଲିଆ ଟିମ୍‌ ମଧ୍ୟ ୩ୟ ଦିନିକିଆରେ କିଛିଟା ପରିବର୍ତ୍ତନ କରାଯାଇପାରେ । ଡେଭିଡ଼୍‌ ଓ୍ୱାର୍ଣ୍ଣର ଆହତ ହେବାରୁ ଆଗାମୀ ମ୍ୟାଚ୍‌ରୁ ବାଦ୍‌ ପଡିଛି । ସେହିପରି ପ୍ୟାଟ୍‌ କମିନ୍ସଙ୍କ ତୃତୀୟ ଦିନିକିଆରେ ଆରାମ ଦିଆଯାଇଛି । ଓ୍ୱାର୍ଣ୍ଣରଙ୍କ ସ୍ଥାନରେ ମ୍ୟାଥ୍ୟୁ ଓ୍ୱେଡ୍‌ଙ୍କୁ ସୁଯୋଗ ମିଳିପାରେ । ଲାବୁସନଙ୍କ ମଧ୍ୟ ଓପନିଂ କରିବାକୁ ସୁଯୋଗ ଦିଆଯାଇପାରେ । ମିଚେଲ୍‌ ଷ୍ଟାକ୍‌ଙ୍କ ମଧ୍ୟ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ଆରାମ୍‌ ଦିଆଯିବା ଉପରେ ବିଚାର କରୁଛି ଟିମ୍‌ ମ୍ୟାନ୍‌ଜମେଣ୍ଟ । ପ୍ରଥମ ୨ମୁକାବିଲାରେ ମିଚେଲ୍‌ ଷ୍ଟାକ୍‌ ବହୁତ ରନ୍‌ ଦେଇଥିଲେ । କମିନ୍ସଙ୍କ ସ୍ଥାନରେ ଓବାଟ ଓ ଷ୍ଟାକ୍‌ଙ୍କ ସ୍ଥାନରେ ଡାନିଅଲଙ୍କୁ ଶେଷ ଦିନିକିଆରେ ସୁଯୋଗ ଦିଆଯାଇପାରେ ।

ସମ୍ଭାବ୍ୟ ଦଳ
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍ସି ସର୍ଟ/ମାଥ୍ୟୁ ୱେଡ୍‌, ଷ୍ଟିଭେନ ସ୍ମିଥ୍‌, ମାର୍ନସ ଲାବୁସାନ, ମୋଏଜସ ହେନରିକ୍ସ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟାକ୍ସୱେଲ୍‌, ସିନ ଆବୋଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌।


ଭାରତ: ଶିଖର ଧାୱନ, ମୟଙ୍କ ଅଗ୍ରୱାଲ/ଶୁଭମନ ଗିଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟର/ମନୀଷ ପାଣ୍ଡେ/ସଞ୍ଜୁ ସାମସନ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଟି ନଟରାଜନ/ନବଦୀପ ସାଇନି, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ, ମହମ୍ମଦ ସାମି, ଜଶପ୍ରୀତ ବୁମରା ।


   Related Posts