Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ ; ସିରିଜ୍‌ ହାତେଇବା ଲକ୍ଷ୍ୟରେ ଉଭୟ ଟିମ୍

18/01/2019 at 8:39 AM

ମେଲବର୍ଣ୍ଣ ୧୮|୧: ଆଜି ମେଲବର୍ଣ୍ଣରେ ମହା ଲଢ଼େଇ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଉଛି ନିର୍ଣ୍ଣାୟକ ମ୍ୟାଚ । ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଥିବା ବେଳେ ଏକମାତ୍ର ନୂଆ ମୁହଁ ଭାବେ ବିଜୟ ଶଙ୍କର ତାଙ୍କ ଜୀବନର ପ୍ରଥମ ଦିନିକିଆ ଖେଳିବାର ସୁଯୋଗ ପାଇଛନ୍ତି। ସେହିପରି ଯୁଜବେନ୍ ର ଚହଲ ଓ କେଦାର ଯାଦବଙ୍କୁ ମଧ୍ୟ ତୃତୀୟ ଦିନିକିଆରେ ସୁଯୋଗ ମିଳିଛି । ଟେଷ୍ଟ୍ ଶୃଙ୍ଖଳା ଜିତି ଇତିହାସ ରଚି ସାରିଥିବା ଭାରତୀୟ କ୍ରିକେଟ୍ ଦଳ ଆଉ ଏକ ସ୍ମରଣୀୟ ଫର୍ଦ ଯୋଡ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛି। ଟେଷ୍ଟ ଶୃଙ୍ଖଳା ଜିତିଥିଲେ ମଧ୍ୟ ଦିନିକିଆ ଶୃଙ୍ଖଳାର ଆଜି ନିର୍ଣ୍ଣାୟକ ପରୀକ୍ଷା । ଆଜି ମ୍ୟାଚ୍ ଜିତିଲେ ବିରାଟ ବାହିନୀ ଐତିହାସିକ ସଫଳତା ଅର୍ଜନ କରିବ । ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି। ସେପଟେ କଙ୍ଗାରୁ ଟିମ୍ ମଧ୍ୟ ଏହି ମ୍ୟାଚ୍ କୁ ଜିତି ସିରିଜ୍ କବାଜ୍ କରିବା ଲକ୍ଷ୍ୟରେ ରହିଛି ।

   Related Posts