ବେଙ୍ଗାଲୁରୁ ୧୯।୧: ସୁପର ସଣ୍ଡେରେ ସୁପର ଫାଇଟ୍ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଫଳରେ ଭାରତକୁ ପ୍ରଥମେ ବୋଲିଂ କରିବ । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
୩ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ ବର୍ତ୍ତମାନ ସମୟରେ ୧-୧ରେ ବରାବର ରହିଛି । ଆଜିର ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।
ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ କଙ୍ଗାରୁ ଦଳ ଟିମ୍ ଇଣ୍ଡିଆକୁ ୧୦ ୱିକେଟର ବଡ ବ୍ୟବଧାନରେ ପରାସ୍ତ କରିଥିଲା । ଆଉ ଯାହାର ପ୍ରତିଶୋଧ ଦ୍ବିତୀୟ ଦିନିକିଆରେ ନେଇଥିଲା ବିରାଟ ବାହିନୀ । ୩୬ ରନରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ଭାରତ ।