Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଆଜି ରାଜକୋଟରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ

17/01/2020 at 11:19 AM

ରାଜକୋଟ ୧୭।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଏକଦିବସୟୀ ମ୍ୟାଚ୍ । ରାଜକୋଟର ସୌରାଷ୍ଟ୍ର ଗ୍ରାଉଣ୍ଡରେ ଅପରାହ୍ନ ୧ଟା ୩୦ମିନିଟରେ ଏହି ମ୍ୟାଚ୍ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ନିଜର ସ୍ଥିତି ସୁଧାରିବାକୁ ଚେଷ୍ଟା କରିବା ସହ ସିରିଜକୁ ୧-୧କୁ ଆଣିବାକୁ ଚେଷ୍ଟା କରିବ । 

ୱାଙ୍ଖଡେରେ ଭାରତୀୟ ବୋଲରମାନଙ୍କ ପ୍ରଭାବିନ ବ୍ୟାଟିଂ ଯୋଗୁଁ ୧୦ୱିକେଟ୍ ସହଜ ବିଜୟ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆର ଓପନର ଯୋଡିଙ୍କୁ ଭାଙ୍ଗିବାକୁ ସକ୍ଷମ ହୋଇନଥିଲେ ଭାରତୀୟ ବୋଲର । ଅଷ୍ଟ୍ରେଲିଆର ଓପନର ଡାଭିଡ ୱାର୍ଣ୍ଣର ଓ ଆରୋନ ଫିଞ୍ଚ୍ ୨୫୬ରନ୍ ଟାର୍ଗେଟକୁ ସହଜରେ ପାର କରିଦେଇଥିଲେ ।

ଅଷ୍ଟ୍ରେଲିଆର ଏହି ଓପନର ଯୋଡିଙ୍କର ୨୫୬ରନ୍ ଭାରତ ବିପକ୍ଷରେ ଯେକୌଣସି ଫର୍ମ କ୍ରିକେଟ୍ ରେ ସର୍ବାଧିକ ରନ୍ ବୋଲି କୁହାଯାଉଛି । ତେବେ ରାଜକୋଟରେ ଆଜି ବିରାଟ ବାହୀନର ସୋ କିଭଳି ରହିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

   Related Posts