ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ନୂଆ ରେକର୍ଡ ଲକ୍ଷ୍ୟରେ ବିରାଟ ବାହିନୀ

Published By : Prameya-News7 Bureau | January 14, 2020 IST

ମୁମ୍ବାଇ ୧୪।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଦ୍ବିପ୍ରହର ୨ଟାରୁ ଆରମ୍ଭ ହେବ । ବିରାଟ ବାହିନୀ ପାଇଁ ଏହି ମ୍ୟାଚକୁ ଜିତି ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ଯଦି ଭାରତୀୟ ଦଳ ଏହି ସିରିଜକୁ ହାତେଇବାରେ ସକ୍ଷମ ହୁଏ ତେବେ ନିଜ ଦେଶରେ ୨୦୦ ଅନ୍ତର୍ଜାତୀୟ ମୁକାବିଲା ଜିତିବାର ଦ୍ବିତୀୟ ଦଳ ହେବ। ଏହା ପୂର୍ବରୁ କଙ୍ଗାରୁ ଦଳ ଏହି ରେକର୍ଡ ନିଜ ନାମରେ କରି ସାରିଛି।

ଏପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଏପରିକି ଭାରତ ମାଟିରେ ମଧ୍ୟ କଙ୍ଗାରୁ ଦଳର ପଲ୍ଲା ଭାରି ରହିଛି । ଭାରତରେ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୧ଟି ଦ୍ବିପାକ୍ଷିକ ସିରିଜ ଖେଳାଯାଇଛି । ଯେଉଁଥିରୁ ୫ଟିରେ ଭାରତ ବିଜୟୀ ହୋଇଥିବାବେଳେ ଅଷ୍ଟ୍ରେଲିଆ ୬ଟି ସିରିଜରେ ବିଜୟ ଲାଭ କରିଛି।

ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୧୩୭ଟି ଦିନିକିଆ ମ୍ୟାଚରୁ ଅଷ୍ଟ୍ରେିଲିଆ ୭୭ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଭାରତ ୫୦ଟି ମ୍ୟାଚରେ ବିଜୟ ଲାଭ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତିୟ ଦିନିକିଆ ମ୍ୟାଚ୍ ଜାନୁଆରୀ ୧୭ରେ ରାଜକୋଟରେ ଖେଳାଯିବ। ସେହିପରି ସିରିଜର ତୃତୀୟ ମ୍ୟାଚ ଜାନୁଆରୀ ୧୯ରେ ବେଙ୍ଗାଲୁରୁରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.