ଆଜି ହାଇଦ୍ରାବାଦରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

Published By : Prameya-News7 Bureau | March 02, 2019 IST

ହାଇଦ୍ରାବାଦ ୨|୩ : ଆଜି ହାଇଦ୍ରାବାଦରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ଟି୨୦ ସିରିଜ୍ ରେ କଙ୍ଗାରୁ ଟିମ୍ ଠାରୁ ମାତ୍ ଖାଇବା ପରେ ଆଜିର ମ୍ୟାଚ୍ ଜିତି ସିରିଜରେ ଆଡଭାଣ୍ଟେଜ୍ ନେବା ଚକ୍କରରେ ରହିବ ଟିମ୍ ଇଣ୍ଡିଆ । ବିଶେଷ କରି ବିଶ୍ବକପ୍ ପୂର୍ବରୁ ଏହା ଶେଷ ସିରିଜ୍ ହୋଇଥିବାରୁ ଟିମ୍ ର ବାଲାନ୍ସ ସଜାଡ଼ିବା ପାଇଁ ଭରପୂର ପ୍ରୟାସ କରିବେ ବିରାଟ ବାହିନୀ । ଟି୨୦ରେ ସ୍ପିଡ୍ ଷ୍ଟାର୍ ମହମ୍ମଦ ସାମିଙ୍କୁ ଦଳ ମିସ୍ କରୁଥିବା ବେଳେ ଆଜିର ମ୍ୟାଚରେ ସେ ଖେଳିବା ଏକ ପ୍ରକାର ନିଶ୍ଚିତ ।

ସେହିପରି ଦୁଇ ରିଷ୍ଟ ସ୍ପିନର ଚେହେଲ ଓ କୁଲଦୀପଙ୍କ ଉପରେ ମଧ୍ୟ ଭରସା କରିପାରନ୍ତି କୋହଲି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ମଧ୍ୟ ବିଜୟ ଶଙ୍କରଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ର ସୁଯୋଗ ମିଳିବାର ସମ୍ଭାବନା ଅଧିକ ।  ସେପଟେ ନେଟ୍ ରେ ପ୍ରାକ୍ଟିସ୍ କରୁଥିବା ସମୟରେ ଧୋନୀଙ୍କ ଡାହାଣ ବାହୁରେ ବଲ୍ ବାଜିବାରୁ ସେ ଆହତ ହୋଇଛନ୍ତି । ତେବେ ସେ ଆଜିର ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟତା ମିଳିପାରିନାହିଁ ।

ସେପଟେ ଅଷ୍ଟ୍ରେଲିଆ ଦଳ ମଧ୍ୟ ତାର ବିଜୟଧାରା ବଜାୟ ରଖିବା ପାଇଁ ଉଦ୍ୟମ କରିବ । ବିଶେଷ କରି ଟି୨୦ ହିରୋ ଗ୍ଲେନ୍ ମାକ୍ସେୱେଲ୍ ଭାରତୀୟ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ରହିବେ । ଦିନ ସାଢେ ୧ଟାରୁ ମ୍ୟାଚ୍ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.