ଏସିଆ କପ୍ : ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଟାଇ

Published By : Prameya-News7 Bureau | September 26, 2018 IST

ଦୁବାଇ ୨୬|୯: ଏସିଆ କପ ସୁପର ଫୋର ମୁକାବିଲାରେ ଭାରତ- ଆଫଗାନିସ୍ତାନ ମ୍ୟାଚ୍ ଟାଇ । ରୋମାଞ୍ଚକର ମୁକାବିଲାରେ ମ୍ୟାଚ ଟାଇ । ମ୍ୟାଚ ଜିତିବାକୁ ୨ ବଲରେ ୧ ରନ୍ ଥିବାବେଳେ ଅଲଆଉଟ ହୋଇଯାଇଥିଲା ଭାରତ । ରବୀନ୍ଦ୍ର ଜାଡେଜାଙ୍କୁ ଆଉଟ୍ କରି ମ୍ୟାଚ୍ ଡ୍ର କରିଥିଲେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍ । ଜିତିବା ପାଇଁ ଭାରତକୁ ୨ ବଲ୍ ରେ ୧ ରନ୍ ଅବଶ୍ୟକ ଥିବା ବେଳେ ରସିଦ୍ ଖାନ୍ ଙ୍କ ବଲ୍ ରେ ଜାଡେଜା ଆଉଟ୍ ହୋଇଯାଇଥିଲେ । ଫଳରେ ମ୍ୟାଚ୍ ଡ୍ର ରହିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ୨୫୩ ରନ୍ ଟାର୍ଗେଟକୁ ପିଛା କରି ଭାରତ ୨୫୨ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା । ଆଫଗାନିସ୍ତାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୫୨ ରନ୍ କରିଥିଲା । ଓପନର ମହମ୍ମଦ ସାହଜାଦ ୧୨୪ ରନ କରିଥିବା ବେଳେ ମହମ୍ମଦ ନାବି ୬୪ ରନ୍ କରିଥିଲେ । ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଡେଜା ଆଫଗାନିସ୍ତାନର ୩ ଜଣ ଖେଳାଳିଙ୍କୁ ଆଉଟ୍ କରିଥିଲେ । ଜବାବରେ ଭାରତ ଭଲ ଆରମ୍ଭ କରିଥିଲା । ଭାରତର ଓପ୍ନିଂ ଯୋଡ଼ି ଅମ୍ବାତି ରାୟୁଡୁ ଓ କେ.ଏଲ୍. ରାହୁଲଙ୍କ ଅର୍ଦ୍ଧଶତକ କରିଥିଲେ । ଅମ୍ବାତି ରାୟୁଡୁ ୫୭ ରନ୍, କେ.ଏଲ୍ . ରାହୁଲ ୬୦ ରନ୍ କରିଥିଲେ । ଆଫଗାନିସ୍ତାନର ରସିଦ ଖାନ୍ ୨ଟି ୱିକେଟ୍ ନେଇଥିଲେ । ଭାରତ ପୂର୍ବରୁ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଫ୍ଗାନିସ୍ତାନ ଫାଇନାଲ ଦୌଡ଼ରୁ ବାଦ୍ ପଡ଼ି ସାରିଥିଲା । ବୁଧବାର ଖେଳାଯିବାକୁ ଥିବା ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ର ବିଜେତା ବିପକ୍ଷରେ ଶୁକ୍ରବାର ଭାରତ ଫାଇନାଲ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.