Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟି-୨୦ ବିଶ୍ୱକପ୍‌ : ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା, ମେନ୍‌ ଇନ୍‌ ବ୍ଲୁ ପାଇଁ ଶେଷ ସୁଯୋଗ

3/11/2021 at 8:07 AM

ଆବୁଧାବି ୦୩।୧୧: ଆଜି ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ଆଫଗାନିସ୍ତାନ ମୁକାବିଲା । ଗ୍ରୁପ-୨ର ଏହି ମ୍ୟାଚ୍‌ ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ସେମି ଫାଇନାଲ୍ ଆଶା ବଞ୍ଚାଇ ରଖିବାକୁ ହେଲେ ଏହି ମ୍ୟାଚ୍ ଭାରତ ପାଇଁ ଶେଷ ସୁଯୋଗ । ଏହି ମ୍ୟାଚ୍‌ରେ ଯଦି ଭାରତ ପରାସ୍ତ ହୁଏ, ତେବେ ସେମିଫାଇନାଲ ଖେଳିବା  ଆଶା ହୋଇଯିବ । ଖାଲି ସେତିକି ନୁହେଁ, ବଡ଼ ବ୍ୟବଧାନରେ ମଧ୍ୟ ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ । ଏହାପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୭ ତାରିଖରେ ହେବାକୁ ଥିବା ମ୍ୟାଚ୍ ଫଳାଫଳକୁ ଅପେକ୍ଷା କରିବାକୁ ହେବ ।

ପାକିସ୍ତାନ ବିପକ୍ଷରେ ଲଢୁଆ ଖେଳ ପ୍ରଦର୍ଶନ କରିବା ପରେ ଆଫଗାନିସ୍ତାନ ଆଜି ଭାରତକୁ ମଧ୍ୟ କଡ଼ା ଟକ୍କର ଦେବ। ଦଳର ବୋଲିଂ ବିଭାଗ ଉନ୍ନତ ଓ ସନ୍ତୁଳିତ । ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓ ମୁଜିବ ଉର ରେହମାନ ଯେକୌଣସି ଦଳ ପାଇଁ ବିପଦ ସାଜିପାରନ୍ତି । ଏମାନଙ୍କ ସହ ମହମ୍ମଦ ନବି ଆଇପିଏଲ୍ ଖେଳୁଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଶକ୍ତି ଓ ଦୁର୍ବଳତା ସହ ଭଲ ଭାବେ ପରିଚିତ । ବ୍ୟାଟିଂ ବିଭାଗକୁ ଅଟକାଇବାର କ୍ଷମତା ଭାରତ ନିକଟରେ ରହିଛି । ତଥାପି ବୋଲରମାନଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ ।

ସେହିପରି ମନୋବଳ ହରାଇ ସାରିଥିବା ଭାରତୀୟ ଦଳ ସଂଗଠିତ ହେବା ଜରୁରୀ । ପୁଣିଥରେ କଠିନ ପରିଶ୍ରମ କରିବାକୁ ପଡ଼ିବ । ଶେଷ ଉଜ୍ଜୀବିତ ଆଶା ପୂରଣ କରିବାକୁ ହେବ । ବ୍ୟାଟିଂ ବିଭାଗକୁ ନେଇ ଚାଲିଥିବା ପରୀକ୍ଷା ନିରୀକ୍ଷାରେ ପୂର୍ଣ୍ଣଛେଦ ପକାଇବା ଆବଶ୍ୟକ । ରୋହିତ ପୁଣି ଥରେ ଓପନର ଭୂମିକା ନିର୍ବାହ କରିବେ ଓ ରାହୁଲ ୪ନଂ ସ୍ଥାନରେ ଖେଳିବା ସମ୍ଭାବନା ରହିଛି । ଆହତ ସୂର୍ଯ୍ୟକୁମାର ଫିଟ୍ ହୋଇନାହାନ୍ତି । ଦଳ ଅପରିବର୍ତ୍ତିତ ରହିବା ଏକ ପ୍ରକାର ନିଶ୍ଚିତ ଜଣା ପଡ଼ୁଥିଲେ ହେଁ ଜଣେ ପେସ୍ ବୋଲରଙ୍କୁ ବିଶ୍ରାମ ଦେଇ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳାଇବା ସଠିକ୍ ନିଷ୍ପତ୍ତି ହେବ । କାରଣ ସାରଜା ଓ ଦୁବାଇ ଅପେକ୍ଷା ଆବୁଧାବିରେ ବଲ୍ ଅଧିକ ସ୍ପିନରକୁ ସୁହାଉଥିବା ଲକ୍ଷ୍ୟ କରାଯାଇଛି ।

ତେବେ ବିଶ୍ୱକପ୍‌ରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ୨ଥର ଭେଟିଛନ୍ତି । ଉଭୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ୨୦୧୦ ବିଶ୍ୱକପ୍‌ରେ ଭାରତ ୭ ୱିକେଟ୍‌ରେ ଆଫଗାନିସ୍ତାନକୁ ହରାଇଥିଲା । ସେହିପରି ୨୦୧୨ରେ ୨୩ ରନ୍‌ରେ ଭାରତ ବିଜୟୀ ହୋଇଥିଲା ।

ସମ୍ଭାବ୍ୟ ଦଳ-

ଭାରତ: ରୋହିତ ଶର୍ମା, ଇଶାନ କିଷନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସାମି/ରବି ଚନ୍ଦ୍ରନ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ।

ଆଫଗାନିସ୍ତାନ: ହଜରତୁଲ୍ଲା ଜାଜାଇ, ମହମ୍ମଦ ସାହଜାଦ, ରହମତୁଲ୍ଲା ଗୁରବାଜ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଗୁଲବଦିନ ନାଏବ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ-ହକ, ହମିଦ ହାସାନ ।

   Related Posts