ଇଣ୍ଡିଆ vs ପାକିସ୍ତାନ: ଜାଭେଦ୍ ମିଆଁଦାଦଙ୍କ ଦାବି-'ବଦଳିବ ଇତିହାସ', ସଞ୍ଜୟ ମାଞ୍ଜରେକର-'ପାକକୁ ଭଗବାନ ହିଁ ବଞ୍ଚାଇବେ'

Published By : Prameya-News7 Bureau | October 24, 2021 IST

ନୂଆଦିଲ୍ଲୀ ୨୪/୧୦ : ଭାରତ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ମୁକାବିଲା କିଛି ସମୟ ପରେ ଆରମ୍ଭ ହୋଇଯିବ। କ୍ରିକେଟର ତମାମ ବରିଷ୍ଠ ଖେଳାଳି ଟିମ ଇଣ୍ଡିଆର ବିଜୟ ନେଇ ଦାବି କରିଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦ୍ କହିଛନ୍ତି ଯେ ଏଥର ଇତିହାସ ବଦଳିଯିବ। କିନ୍ତୁ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ସମୀକ୍ଷକ ସଞ୍ଜୟ ମାଞ୍ଜରେକର କହିଛନ୍ତି ଯେ ଭଗବାନ ମଧ୍ୟ ଏଥର ପରାଜୟରୁ ପାକିସ୍ତାନକୁ ରକ୍ଷା କରିପାରିବେ ନାହିଁ।

ଏକ କାର୍ଯ୍ୟକ୍ରମରେ ଜାଭେଦ୍ ମିଆଁଦାଦ୍ ଆଶା କରିଛନ୍ତି ଯେ ଏଥର ଫଳାଫଳ ଟିକିଏ ଭିନ୍ନ ଆସିପାରେ। ସେ କହିଛନ୍ତି ଯେ, 'କ୍ରିକେଟ୍ ଖେଳିବା ଦ୍ୱାରା ବିଜୟ ହାସଲ ହୋଇଥାଏ। କାଗଜରେ ନୁହେଁ। ମୁଁ ଭାବୁଛି ଯିଏ ଭଲ ଖେଳିବ ସେ ଜିତିବ। ମୁଁ ଭାବୁଛି ଭାରତୀୟ ଖେଳାଳି ନିଜ ପାଇଁ ଖେଳନ୍ତି ଦଳ ପାଇଁ ନୁହେଁ। ମୁଁ ଆଶା କରୁଛି ଏଥର ଇତିହାସ ବଦଳିଯିବ।

{"id":532401,"sizeSlug":"full","linkDestination":"none"}

ସଞ୍ଜୟ ମାଞ୍ଜରେକର ଏହି ଅବସରରେ ଏକ ଗୀତ ମଧ୍ୟ ଗାଇଛନ୍ତି ଏବଂ କହିଛନ୍ତି ଯେ ଆଜିର ମ୍ୟାଚ ପରେ ପାକିସ୍ତାନ ଟିମ ଏହି ଗୀତ ଗାଇବ। ଗୀତ ହେଲା, 'ବାତ ମେରୀ ମାନୋ ମତବାଲେ...ଭଗବାନ ହି ଟୁଁଝେ ବଚାଏଗା'। ସେ କହିଛନ୍ତି ଏଥର କଡା ମୁକାବିଲା ହେବ। ସେ କହିଛନ୍ତି ୟୁଏଇ ପାକିସ୍ତାନର ହୋମ ଗାଉଣ୍ଡ ହୋଇଯାଇଛି। ବାବର ଆଜମ ସେଠାକାର ପରିବେଶ ବିଷୟରେ ଟିକିଏ ଭଲ ଭାବରେ ଜାଣିଛନ୍ତି। ଭାରତୀୟ ଦଳ କେବଳ ଅଧିନାୟକ ବିରାଟଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏଠାରେ ଅନେକ ମ୍ୟାଚ୍ ବିଜେତା ଅଛନ୍ତି। କିନ୍ତୁ ମୋର ବିଶ୍ୱାସ ଯେ ପାକିସ୍ତାନ ଦଳ ୪-୫ ଖେଳାଳିଙ୍କ ଉପରେ ନିର୍ଭରଶୀଳ।

ମାଞ୍ଜରେକର କହିଛନ୍ତି ଯେ ଏବେ ବିରାଟ କୋହଲି ଓ ରୋହିତ ଶର୍ମା ଇନ୍ସୱିଙ୍ଗର ଖେଳିବାରେ ଦୁର୍ବଳ ନାହାନ୍ତି। ସେ କହିଛନ୍ତି ଆପଣ ରୋହିତଙ୍କୁ ଇଂଲଣ୍ଡ ଗସ୍ତରେ ଯେପରି ଦେଖିଥିଲେ ସେ ଜବରଦସ୍ତ ଢଙ୍ଗରେ ପ୍ରତିରକ୍ଷା ଶଟ ଖେଳିବା ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରତିରକ୍ଷା ବର୍ତ୍ତମାନ ଦଳରେ ସର୍ବୋତ୍ତମ। ବିରାଟ ଟିକେ ଫର୍ମ ବାହାରେ ଅଛନ୍ତି। ସେ ଶାହିନ୍ ଆଫ୍ରିଦିଙ୍କ ବିରୋଧରେ ଟିକିଏ ବିରକ୍ତ ହୋଇପାରନ୍ତି। ଦଳର ଗୋଟିଏ ସମସ୍ୟା ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା। ଯଦି ସେ ବୋଲିଂ ନ କରନ୍ତି ତେବେ ଦଳର ସନ୍ତୁଳନ ଟିକିଏ ଦୁର୍ବଳ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.