Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ମେଲବର୍ନ ଟେଷ୍ଟ: ୧୩୭ରନରେ ଅଷ୍ଟ୍ରେଲିଆ ପରାଜିତ, ଭାରତୀୟ କ୍ରିକେଟ ଦଳ କଲା ଏହି ନୂଆ ରେକର୍ଡ

30/12/2018 at 1:22 PM

ମେଲବର୍ନ ୩୦/୧୨ : ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିଲା ତୃତୀୟ ଟେଷ୍ଟ କ୍ରିକେଟ ମ୍ୟାଚର ଶେଷ ଦିନ| ତୃତୀୟ ଟେଷ୍ଟର ପଞ୍ଚମ ଦିନରେ ଭାରତ ଅଷ୍ଟ୍ରେଲିଆକୁ  ୧୩୭ ରନରେ ପରାସ୍ତ କରିଛି  ଭାରତ| ଟେଷ୍ଟ ଇତିହାସରେ ୧୫୦ତମ ବିଜୟ ହାସଲ କରି ଭାରତ ବିଶ୍ବରେ ଏକ୍ଷେତ୍ରରେ ପଞ୍ଚମ ସ୍ଥାନ ଅଧିକାର କରିଛି |

ଏହି ମ୍ୟାଚରେ ବୋଲର ଇଶାନ୍ତ ଶର୍ମାଙ୍କ ବଲରେ ନାଥନ ଲିୟନ କ୍ୟାଚ ଆଉଟ ହୋଇଥିଲେ | ଉଇକେଟ କିପର ଋଷଭ ପଂଥ ନାଥନ ଲିୟନଙ୍କୁ କ୍ୟାଚ ଆଉଟ କରି ଭାରତକୁ ଜିତାଇଥିଲେ | ଏହି ସିରିଜରେ ପଂଥ ୨୦ଟି  କ୍ୟାଚ ନେଇଛନ୍ତି | ଏହା କୌଣସି ସିରିଜରେ ଉଇକେଟ ପଛରେ ସର୍ବାଧିକ କ୍ୟାଚ |

ଭାରତ ୫୩୨ ତମ ଟେଷ୍ଟରେ ୧୫୦ ତମ ବିଜୟ ହାସଲ କରିଛି | ଅଷ୍ଟ୍ରେଲିଆ ୩୮୪, ଇଂଲଣ୍ଡ ୩୬୪, ୱେଷ୍ଟଇଣ୍ଡିଜ ୧୭୧ ଏବଂ ଦକ୍ଷିଣ ଆଫ୍ରିକା ୧୬୨ ଥର ବିଜୟ ହାସଲ କରିଛନ୍ତି | ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଏହା ୨୨୨ ତମ ପରାଜୟ | ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୪୫ଟି ଟେଷ୍ଟ ମ୍ୟାଚରେ ୨୬ ଥର ବିଜୟ ହାସଲ କରିଛି |

ଭାରତୀୟ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନି ବିରାଟ କୋହଲିଙ୍କ ଠାରୁ ଅଧିକ ଥର ବିଜୟ ହସଲାକରିଥିଲେ | ସେ ୬୦ଟି ଟେଷ୍ଟ ମ୍ୟାଚରେ ୨୭ ଥର ବିଜୟ ହାସଲ କରିଥିଲେ | ବିଦେଶ ମାଟିରେ କୋହଲିଙ୍କର ଏହା ୧୧ ତମ ବିଜୟ |

   Related Posts