ଭାରତ-ଆଫଗାନିସ୍ତାନ ମ୍ୟାଚ: ଆଜି ହେବନି ବର୍ଷା, ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଖେଳିବେ ମହମ୍ମଦ ସାମି

Published By : Prameya-News7 Bureau | June 22, 2019 IST

ସାଉଥମ୍ପଟନ ୨୨/୬ : ୱାର୍ଲଡକପରେ ଆଜି ଭାରତ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଅପରାହ୍ନ ୩ଟାରେ ମ୍ୟାଚ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟରେ ଏହା ଭାରତର ପଞ୍ଚମ ଓ ଆଫଗାନିସ୍ତାନର ଷଷ୍ଠ ମ୍ୟାଚ । ଭାରତ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନି । ଆଉ ଆଫଗାନିସ୍ତାନ ଗୋଟିଏ ବି ମ୍ୟାଚ ଜିତିନି ।

{"id":125719}

ସାଉଥମ୍ପଟନରେ ଆଜି ପାଗ ବହୁତ ଭଲ ଅଛି । ଆଜି ବର୍ଷା ହେବାର ସମ୍ଭାବନା ନାହିଁ । ଆଜି ଦିନ ସାରା ଖରା ହେବାର ସମ୍ଭାବନା ରହିଛି । ଭାରତୀୟ ଟିମ ପୁରା ଫର୍ମରେ ଅଛି । ଓପନର ଶିଖର ଧୱନ ଏବଂ ଭୁବନେଶ୍ୱର କୁମାର ଟିମରୁ ବାହାରିଯିବାରୁ ଟିମର ଟିକିଏ ଦୁର୍ବଳ ହୋଇଯାଇଛି ସତ କିନ୍ତୁ ତଥାପି ମ୍ୟାଚ ଜିତିବା ପାଇଁ ଭାରତ ପୁରା ଦମ୍ ଲଗାଇବ । ଭୁବନେଶ୍ୱର କୁମାରଙ୍କ ଜାଗାରେ ମହମ୍ମଦ ସାମୀ ଖେଳିପାରନ୍ତି । ତେବେ ସମସ୍ତଙ୍କର ନଜର ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର ଓ କେଦାର ଯାଦବଙ୍କ ଉପରେ ରହିଛି ।

{"id":125721}

ଭାରତ ଟିମରେ ଅଛନ୍ତି – ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲୀ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନୀ, କେଦାର ଯାଦବ, ମହମ୍ମଦ ସାମୀ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରାହ ।

{"id":125723,"width":576,"height":383}

୨୦୧୯ ୱାର୍ଲଡକପରେ ଆଫଗାନିସ୍ତାନ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି । ଏପର୍ଯ୍ୟନ୍ତ ଖେଳିଥିବା ୫ଟି ମ୍ୟାଚରେ ଆଫଗାନିସ୍ତାନ ହାରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି । ୱିକେଟ କିପର ତଥା ବ୍ୟାଟ୍ସ ମ୍ୟାନ ମହମ୍ମଦ ଶହବାଜ ଆହତ ହେବା ଯୋଗୁଁ ତାଙ୍କୁ ଟିମରୁ ବାହାରିବାକୁ ପଡିଥିଲା । ଯେଉଁଥିପାଇଁ ଟିମ୍ ଦୁର୍ବଳ ପଡିଯାଇଛି । ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ଆଫଗାନିସ୍ତାନ ।

{"id":125724}

ଆଫଗାନିସ୍ତାନ ଟିମରେ ଅଛନ୍ତି – ନୁର ଅଲି ଯାଦରନ, ଗୁଲବୁଦ୍ଦିନ ନାଇବ, ରହମତ ଶାହ, ହଶମତଉଲ୍ଲା ଶାହୀଦି, ନଜିବୁଲ୍ଲା ଯାରଦାନ, ହଜରତଉଲ୍ଲା ଯାଜଇ, ଅସଗର ଅଫଗାନ, ମହମ୍ମଦ ନବି, ରଶିଦ ଖାନ, ଦୌଲତ ଯାଦରାନ ଓ ଆଫତାବ ଆଲମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.