ଏସିଆ କପ ଇତିହାସରେ ଆଫଗାନିସ୍ତାନ ସହ ଭାରତ ମାତ୍ର ଗୋଟିଏ ମ୍ୟାଚ ଖେଳିଛି ଅତୀତରେ : ଜାଣନ୍ତୁ କଣ ଥିଲା ପରିଣାମ

Published By : Prameya-News7 Bureau | September 25, 2018 IST

ଦିଲ୍ଲୀ ୨୫/୯ : ଏସିଆ କପର ସୁପର ଫୋର ପର୍ଯ୍ୟାୟରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେଉଛି | ତେବେ ଏସିଆ କପ ଇତିହାସରେ ଅତୀତରେ ମାତ୍ର ଗୋଟିଏ ଏକ ଦିବସୀୟ ମ୍ୟାଚ ଭାରତ- ଆଫଗାନିସ୍ତାନ ମଧ୍ୟରେ ହୋଇଛି | ୨୦୧୪ ମସିହାରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ୮ ଉଇକେଟରେ ବିଜୟୀ ହୋଇଥିଲା | ମ୍ୟାଚ ବାଂଲାଦେଶର ଢାକା ଠାରେ ଖେଳାଯାଇଥିଲା | ମ୍ୟାଚରେ ଭାରତୀୟ ବୋଲର ରବୀନ୍ଦ୍ର ଜାଡେଜା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ | ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ଫିଲଡିଂ କରିଥିଲା | ଭାରତର ଏହି ନିଷ୍ପତ୍ତି ଠିକ ଥିଲା | ଆଫ୍ଗାନ ଦଳକୁ ୪୫.୨ ଓଭରରେ ଭାରତ ଅଲଆଉଟ କରିଦେଇଥିଲା | ଆଫଗାନିସ୍ତାନ ମାତ୍ର ୧୫୯ ରନ କରିଥିଲା | ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନୀ ଆଫ୍ଗାନ ବ୍ୟାଟ୍ସମ୍ୟାନ ମାନଙ୍କୁ ବ୍ୟାଟ ଚଳାଇବାର ସୁଯୋଗ ହିଁ ଦେଇନଥିଲେ | ଆଫଗାନିସ୍ତାନ ପାଇଁ ସର୍ବାଧିକ ରନ କରିଥିଲେ ଶାମିଭଲଲା ଶେନବାରି | ସେ ୭୦ ଟି ବଲରୁ ୫୦ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ | ଦ୍ଵିତୀୟ ସର୍ବାଧିକ ରନ ସଂଗ୍ରହ କରିଥିଲେ ନୁର ଅଲ୍ଲୀ | ସେ ୩୧ ରନ କରିଥିଲେ | ଏହି ମ୍ୟାଚରେ ମହମ୍ମଦ ଶାହାଜାଦ ୨୨ ରନ କରିବାକୁ ସକ୍ଷମ ହୋଇଥିଲେ | ବାରଟା ପକ୍ଷରୁ ରବୀନ୍ଦ୍ର ଜାଡେଜା ଏହି ମ୍ୟାଚରେ ୧୦ ଓଭରରେ ୩୦ ରନ ଦେଇ ୪ଟି ଉଇକେଟ ହାସଲ କରିଥିଲେ | ଆର. ଅଶ୍ୱିନୀ ୧୦ ଓଭରରେ ୩୧ ରନ ଦେଇ ୩ଟି ଉଇକେଟ ହାତେଇଥିଲେ | ମହମ୍ମଦ ସାମୀ ଏବଂ ଅମିତ ମିତ୍ର ଗୋଟିଏ ଉଇକେଟ ହାସଲ କରିଥିଲେ | ଏହି ମ୍ୟାଚରେ ସ୍ପିନରମାନଙ୍କ ଦବଦବା ରହିଥିଲା | ସ୍ପିନରମାନେ ୮ଟି ଉଇକେଟ ହାସଲ କରିଥିଲେ | ୧୬୦ ରନର ଲକ୍ଷ୍ୟ ନେଇ ଭାରତ ଓପନିଂ ବ୍ୟାଟ୍ସମ୍ୟାନ ଅମିତ ଜାଡେଜା ଏବଂ ଶିଖର ଧାୱନ ମୈଦାନକୁ ଓହ୍ଲାଇଥିଲେ | ଓପନିଂ ଯୋଡି ଆକର୍ଷଣୀ ପ୍ରଦର୍ଶନ କରିଥିଲେ | ପ୍ରଥମ ଉଇକେଟରେ ଏହି ଯୋଡି ୧୨୧ ରନ ସଂଗ୍ରହ କରିଥିଲେ | ରାହାଣେ ୫୬ ରନ କରିଥିବା ବେଳେ ଧାୱନ ୬୦ ରନ କରିଥିଲେ | ରୋହିତ ଶର୍ମା ୧୮ ରନ କରି ଅପରାଜୟ ଥିବାବେଳେ ଦୀନେଶ କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ଅପରାଜୟ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.