Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଚୀନ୍‌କୁ ତାରି ଭାଷାରେ ମିଳିବ ଜବାବ, ଭାରତ-ଭିଏତନାମର ମିଳିତ ରଣନୀତି, ଦ୍ବିପାକ୍ଷିକ ସାମରିକ ଚୁକ୍ତି

28/11/2020 at 2:13 PM

ନୂଆଦିଲ୍ଲୀ ୨୮।୧୧: ଭାରତ ଏବଂ ଭିଏତନାମ ନିଜ ନିଜ ରଣନୀତିକ ସହଯୋଗକୁ ଆହୁରି ସୁଦୃଢ କରିବା ପାଇଁ ମିଳିତ ଭାବେ ଆଲୋଚନା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭିଏତନାମର ଜେନେରାଲ ଏନଗୋ ଜୁଆନ ଲିଚ ଉଭୟ ଦେଶର ଦ୍ବିପାକ୍ଷିକ ସୈନ୍ୟ ସଂପର୍କ ଉପରେ ବିସ୍ତୃତ ଚର୍ଚ୍ଚା କରିଛନ୍ତି । ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି । ଏହାପରେ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଉଭୟ ଦେଶ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଯେଉଁଥିରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଜଳ ସର୍ବେକ୍ଷଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ । ଚୁକ୍ତି ଅନୁସାରେ ଉଭୟ ଦେଶ ଜଳ ସର୍ବେକ୍ଷଣ ସଂପର୍କୀତ ଆକଳନ ଦର୍ଶାଇବା ସହ ନୌପରିବହନ ଚାର୍ଟ ନିର୍ମାଣ ଉପରେ ମଧ୍ୟ କାମ କରିବେ ।

ମନ୍ତ୍ରାଳୟ କହିଛି ଯେ, ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହଯୋଗର ପ୍ରଶଂସା କରି କହିଛନ୍ତି କି ଭାରତୀୟ ସେନା ଭିଏତନାମର ସେନାଙ୍କ ସହ ମନୁଷ୍ୟଗତ ସାମଗ୍ରୀର ବିକାସରେ ଉଲ୍ଲେଖନୀୟ କାମ କରିଛି । ଆହୁରି ମଧ୍ୟ ଭିଏତନାମର ତିନି ସେନାକୁ ଭାରତୀୟ ପ୍ରତିରକ୍ଷା ସଂସ୍ଥା ମାଧ୍ୟମରେ ଉନ୍ନତ ପ୍ରଶିକ୍ଷଣ ଦେବାକୁ ମଧ୍ୟ ଭାରତ ଇଚ୍ଛୁକ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ର ଦୃଷ୍ଟିକୋଣ ଉପରେ ଚର୍ଚ୍ଚା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପ୍ରତିରକ୍ଷା ଉଦ୍ୟୋଗିକ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଆତ୍ମନିର୍ଭର ହେବା ସହ ଭିଏତନାମକୁ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସୁଦୃଢ କରିପାରିବ ।

ସେ ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସଂପର୍କକୁ ଅଧିକ ସୁଦୃଢ କରିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି । ଏଥିପାଇଁ ଭବିଷ୍ୟତରେ ଭାରତ ଏବଂ ଭିଏତନାମ ଏକାଠି ସଂସ୍ଥାଗତ ଫ୍ରେମଓ୍ବାର୍କ ଚୁକ୍ତି ମଧ୍ୟ ସ୍ବାକ୍ଷର କରିବେ । ଭିଏତନାମ ଏସିଆନ (ଦକ୍ଷିଣ-ପୂର୍ବ ଏସୀୟ ଦେଶର ସଂଗଠନ) ର ମହତ୍ବପୂର୍ଣ୍ଣ ଦେଶ । ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ସହ ଭିଏତନାମର କ୍ଷେତ୍ର ବିବାଦ ଲାଗି ରହିଛି । ଭାରତ ଦକ୍ଷିଣ ଚୀନ୍ ସାଗରରେ ଭିଏତନାମର ଜଳ କ୍ଷେତ୍ରରେ ତୈଳ ଉତ୍ତୋଳନର ଯୋଜନାରେ ସହଯୋଗ ଦେଉଛି ।

   Related Posts