ଭାରତ-ଶ୍ରୀଲଙ୍କା ମ୍ୟାଚରେ ଲାଗିଲା ବ୍ରେକ୍, ଜୁଲାଇ ୧୩ରୁ ଆରମ୍ଭ ହେବନି ଖେଳ

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୦୯/୦୭ : ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିରିଜ ଧାର୍ଯ୍ୟ ସମୟରେ ଆରମ୍ଭ ହେବନାହିଁ । ଶ୍ରୀଲଙ୍କା ଟିମର ଡାଟା ଆନାଲିଷ୍ଟ ଓ ବ୍ୟାଟିଂ କୋଚ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ସିରିଜର ସିଡ୍ୟୁଲ ପୁଣିଥରେ କରାଯିବ। ପ୍ରଥମ ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିଲା। ଏହା ଜୁଲାଇ ୧୭ କିମ୍ବା ୧୮ରେ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି ।

ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ। ଶିଖର ଧୱନଙ୍କ ନେତୃତ୍ୱରେ ଜୁନିୟର ଟିମ ଶ୍ରୀଲଙ୍କା ଗସ୍ତରେ ଅଛି । କ୍ରିକବଜ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଶନିବାର ଦିନ ସିରିଜର ନୂଆ ସିଡ୍ୟୁଲ୍ ଜାରି କରିପାରନ୍ତି। ଶୁକ୍ରବାର ଦିନ ବୋର୍ଡ କହିଛି ଯେ ଡାଟା ଆନାଲିଷ୍ଟ ଜିଟି ନିରୋଶନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଇଂଲଣ୍ଡରୁ ଫେରିଥିବା ଅନ୍ୟ ଖେଳାଳି ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛନ୍ତି। ସୂଚନା ଅନୁଯାୟୀ, ଦିନିକିଆ ମ୍ୟାଚ ଜୁଲାଇ ୧୭, ୧୯ ଓ ୨୧ ରେ ହୋଇପାରେ। ଟି-୨୦ ମ୍ୟାଚ୍ ଜୁଲାଇ ୨୪,୨୫ ଓ ୨୭ରେ ଖେଳାଯାଇପାରେ। ପୂର୍ବରୁ ସିରିଜର ପ୍ରଥମ ମ୍ୟାଚ୍ ୧୩ ତାରିଖରେ ଓ ଶେଷ ମ୍ୟାଚ୍ ୨୫ ତାରିଖରେ ଖେଳାଯିବାକୁ ଧାର୍ଯ୍ୟ ହୋଇଥିଲା। ତେବେ ଏହି ମାମଲାରେ ବିସିସିଆଇ ଶ୍ରୀଲଙ୍କା ବୋର୍ଡକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି।

କରୋନା ମାମଲା ସାମ୍ନାକୁ ଆସିବା ପରେ ମଧ୍ୟ ଟିମ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତ ରଦ୍ଦ କରିନଥିଲା। କରୋନା ଯୋଗୁଁ ସବୁ ବୋର୍ଡର ରୋଜଗାର ଅନେକ ପ୍ରଭାବିତ ହୋଇଛି। ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପଡ଼ୋଶୀ ଦେଶ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ସିରିଜର ପ୍ରତ୍ୟେକ ମ୍ୟାଚରୁ ଶ୍ରୀଲଙ୍କା ବୋର୍ଡର ପ୍ରାୟ ୧୫ କୋଟି ଟଙ୍କା ରୋଜଗାର ହେବ। ଅର୍ଥାତ ସିରିଜରୁ ପ୍ରାୟ ୯୦ କୋଟି ଟଙ୍କା ମିଳିବ। ଟିମ୍ ଇଣ୍ଡିଆର ସିନିୟର ଖେଳାଳି ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.