ଅଧିକ ନିବିଡ ହେଲା ଭାରତ-ଆମେରିକା ସଂପର୍କ, ଟ୍ରମ୍ପ ପ୍ରଶାସନଠୁ ଭାରତକୁ ମିଳିବ ଟରପେଡୋ କ୍ଷେପଣାସ୍ତ୍ର

Published By : Prameya-News7 Bureau | April 14, 2020 IST

ଓ୍ଵାଶିଂଟନ ୧୪।୦୪: କରୋନା ଭାଇରସ୍‌ ପରି ବିପତ୍ତି ସମୟରେ ଭାରତ ଦ୍ଵାରା ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଯୋଗାଇ ଦେବା ପରେ ଦୁଇ ଦେଶର ସଂପର୍କରେ ଅଧିକ ନିବିଡତା ଆସିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ୧୫.୫ କୋଟି ଡଲାରର ହାରପୁନ ବ୍ଲକ II  ଏୟାର ଲଞ୍ଚ୍‌ଡ କ୍ଷେପଣାସ୍ତ୍ର ଓ ହାଲୁକା ଟରପେଡୋ ଭାରତକୁ ବିକ୍ରି କରିବାକୁ ନିଜର ପ୍ରତିବଦ୍ଧତା ସଂସଦରେ ଅବଗତ କରାଇଛନ୍ତି। ଡିଫେନ୍ସ ସିକ୍ୟୁରିଟି କ-ଅର୍ପୋରେସନ ଏଜେନ୍ସି ସଂସଦକୁ ଦୁଇଟି ବିଭିନ୍ନ ଅଧିସୂଚନା ବିଷୟରେ ଅବଗତ କରାଇଛନ୍ତି।

କ୍ଷେପଣାସ୍ତ୍ରର ମୂଲ୍ୟ ୯.୨ କୋଟି ଡଲାର ରହିଥିବା ବେଳେ ହାଲୁକା ଓଜନର ୧୬ ‘ଏମକେ ଅଲ ରାଉଣ୍ଡ ଟରପେଡୋସ୍’ ଓ ତିନି ‘ଏମକେ ୫୪ ଏକ୍ସରସାଇଜ ଟରପେଡୋ’ର ମୂଲ୍ୟ ପ୍ରାୟ ୬.୩ କୋଟି ଡଲାର ରହିଛି।

ପେଣ୍ଟାଗନ କହିଛି ଯେ, ଭାରତ ସରକାର ଦ୍ଵାରା ଏହାର  ବିକ୍ରି କରିବାକୁ କୁହାଯିବା ପରେ  ଏହି ସମ୍ବନ୍ଧରେ ଆମେରିକୀ ବୈଦେଶିକ ମନ୍ତ୍ରଣାଳୟ ନିର୍ଣ୍ଣୟ ନେଇଛନ୍ତି। ହରପୁନ ବ୍ଲକ IIର ସମ୍ବନ୍ଧରେ ପେଣ୍ଟାଗନ କହିଛି ଯେ,  ଭାରତ ଏହାର ବ୍ୟବହାର ଆଞ୍ଚଳିକ ବିପଦର ମୁକାବିଲା ଏବଂ ନିଜ ମାଟିରେ ସୁରକ୍ଷା ବଢାଇବା ପାଇଁ କରିବ। ଭାରତକୁ ନିଜର ସଶସ୍ତ୍ର ବଳରେ ଏହି ଉପକରଣକୁ ସାମିଲ କରିବାରେ କୌଣସି ପରିଶ୍ରମ କରିବାକୁ ପଡିବ ନାହିଁ।

ପେଣ୍ଟାଗନ ଅନୁସାରେ ଏହି ପ୍ରସ୍ତାବିତ ବିକ୍ରି ଆମେରିକା-ଭାରତୀୟ ସାମରିକ ସମ୍ବନ୍ଧକୁ ମଜବୁତ କରିବ ଓ ଏକ ପ୍ରମୁଖ ରକ୍ଷାତ୍ମକ ଭାଗିଦାରୀ ସୁରକ୍ଷା ମଜବୁତ କରିବାରେ ବେଶ ସହାୟକ ହେବ। ଏହା ଭାରତ-ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଏସିଆ କ୍ଷେତ୍ରରେ ରାଜନୈତିକ ସ୍ଥିରତା, ଶାନ୍ତି ଓ ଆର୍ଥିକ ପ୍ରଗତି ପାଇଁ ମହତ୍ଵପୂର୍ଣ୍ଣ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.